ଝାରସୁଗୁଡା ୩୦/୭ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ଭାରତୀ ପରିଷଦର ସାଧାରଣ ବୈଠକ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଶେଷ କରି ୨୦୨୪/୨୫ ଶିକ୍ଷାବର୍ଷ ନିମନ୍ତେ ମାତୃ ଭାରତୀ ପରିଷଦ କମିଟିର ପୁନର୍ଗଠନ ଉପରେ ବିଷଦ ଭାବେ ଆଲୋଚନା ହୋଇ ବିଳାସିନୀ ବେହେରାଙ୍କୁ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ନମିତା ମେହେର-ଉପ ସଭାପତି, ଅନିତା ମେହେର- ସମ୍ପାଦିକା ଓ ବିଷ୍ଣୁପ୍ରିୟା ସାହୁ-ସହ ସମ୍ପାଦିକା,ସବିତା ବାରିକ- ସ୍ୱାଗତ ପ୍ରମୁଖ,ପ୍ରମିଳା ମେହେର -ସ୍ୱଚ୍ଛତା ପ୍ରମୁଖ ଓ ନମିତାରାଣୀ ପଧାନ- ସହ ସ୍ଵଚ୍ଛତା ପ୍ରମୁଖ,ପଦ୍ମିନୀ ସାହୁ – କାର୍ଯ୍ୟକ୍ରମ ପ୍ରମୁଖ ଓ ଗୋପେଶ୍ୱରୀ ପଧାନଙ୍କୁ ସହ କାର୍ଯ୍ୟକ୍ରମ ପ୍ରମୁଖ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରା ଯାଇଥିଲା । ସେହିପରି ବିଜୟିନୀ ପଟେଲ – ସାଜସଜ୍ଜା ପ୍ରମୁଖ ଓ ସବିତା ବାରିକଙ୍କୁ ସହ ସାଜସଜ୍ଜା ପ୍ରମୁଖ,ବିଳାସିନୀ ବେହେରା-ପ୍ରଚାର ପ୍ରସାର ପ୍ରମୂଖ ଓ ଅନିତା ମେହେର-ସହ ପ୍ରଚାର ପ୍ରସାର ପ୍ରମୁଖ ଏବଂ ଶୈକ୍ଷିକ ପ୍ରମୁଖ ରୂପେ ନମିତା ମେହେର ଓ ସହ ଶୈକ୍ଷିକ ପ୍ରମୁଖ ଅନିତା ମେହେରଙ୍କୁ ଉପସ୍ଥିତ ସଦସ୍ୟା ମାନଙ୍କ ସହମତି କ୍ରମେ ଚୟନ କରା ଯାଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅବିଭାବିକା ମାନେ ଅଂଶଗ୍ରହଣ କରି ଆଲୋଚନା ରେ ଭାଗ ନେଇଥିଲେ । ଗୁରୁମା ମଞ୍ଜୁଲତା କାଳସେ ଧନ୍ୟବାଦ ଅର୍ପଣ କରିଥିଲେ ।