ଓଡ଼ିଶା କ୍ୟାଡର ଆଇପିଏସ ପଣ୍ଡିତ ରାଜେଶ ନିଲମ୍ବିତ


ଭୁବନେଶ୍ବର: ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ପଣ୍ଡିତ ରାଜେଶ ନିଲମ୍ବିତ । DIG ଭାବେ ଫାୟାର ସର୍ଭିସ ଓ ହୋମଗାର୍ଡ ଦାୟିତ୍ୱରେ ଥିଲେ ରାଜେଶ ପଣ୍ଡିତ । ୨୦୦୭ ବ୍ୟାଚର ଏହି ଆଇପିଏସଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କ୍ୟାପିଟାଲ ଥାନା ଅଧୀନରେ ଗତ ୨୭ ତାରିଖ ରାତିରେ ଘଟିଥିବା ଏକ ଘଟଣାକୁ ନେଇ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଛି ଗୃହ ବିଭାଗ ।

ଏ ନେଇ ଗୃହ ବିଭାଗ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଡିଜିପି । ନିଲମ୍ବନ ଅବଧି ସମୟରେ ବିନା ଅନୁମତିରେ ହେଡ କ୍ବାର୍ଟର୍ସ ଛାଡି ବାହାରକୁ ନଯିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।