କେନ୍ଦ୍ରାପଡ଼ା: ପୁଣି କେନ୍ଦ୍ରାପଡ଼ାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି ଅଭିଯୋଗ। ନକଲି ଦଶମ ସାର୍ଟିଫିକେଟ ଦେଇ ସିଆରପି ଚାକିରି କରିଥିବା ନେଇ ମହିଳାଙ୍କ ନାଁରେ ବିଡ଼ିଓଙ୍କୁ ନିକଟରେ ଅଭିଯୋଗ । ଡେରାବିଶ ବିଡ଼ିଓଙ୍କ ତଦନ୍ତ ଜାରି ।
ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗାଁର ଜଣେ ସିଆରପି ଚାକିରି କରୁଥିବା ମହିଳା ରାଜଶ୍ରୀ ପରିଜା ଇଣ୍ଟରଭ୍ୟୁ ଦେବା ବେଳେ ନକଲି ସ୍କୁଲ ସାର୍ଟିଫିକେଟ୍ ଦେଇ ଚାକିରି ପାଇଥିଲେ । ବିଡ଼ିଓ ଅଭିଯୋଗ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରି ନିଶ୍ଚିନ୍ତକୋଇଲି ବିଇଓଙ୍କୁ ଚିଠି ଲେଖିଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଜାଲିଆତି କରି ଚାକିରି ପାଇଥିବା ରାଜଶ୍ରୀ ପରିଜାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡେରାବିଶ ବିଡ଼ିଓ କହିଛନ୍ତି ।