Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଖୁଣ୍ଟଲା ପାଲି ଗ୍ରାମବାସୀ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ  ଖୁଣ୍ଟଲାପାଲି ଗ୍ରାମ ରେ ପିଇବା ପାଣି ଯୋଗାଣ ପାଇଁ ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଇଛି l ହେଲେ 10 ଦିନ ହେଲା ବିଜୁଳି ବିଭ୍ରାଟ ଯୋଗୁଁ ପାନୀୟ ଜଳ ପାଉ ନାହାନ୍ତି ଗ୍ରାମବାସୀ l ଫଳରେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଥିବା ବେଳେ ଗାଁ ପୋଖରି , ଗାଡିଆ ଆଦିରୁ ବର୍ଷା ଜଳ ସଂଗ୍ରହ କରି ବିଭିନ୍ନ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି I ତେଣୁ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ