Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଙ୍ଗିଆ ଚୋଟ ରେ ବୃଦ୍ଧା ଙ୍କ ମୃତ୍ୟୁ,ଅଭିଯୁକ୍ତ ଗିରଫ।

କଳାହାଣ୍ଡି:୩୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳ ରେ ଆଜି ଜଣେ ବୃଦ୍ଧା ଙ୍କୁ ଟାଙ୍ଗିଆ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ବିଧବା ମହିଳା କାଳୀନ୍ଦ୍ରୀ ତାଣ୍ଡି ବୟସ ୬୦, ଆଜି ପାହାନ୍ତାରୁ ଗାଧେଇ ଘର କୁ ଆସୁଥିବା ବେଳେ ଘର ନିକଟରେ ପୂର୍ବରୁ ଛକି ରହିଥିବା ପଡୋଶୀ ଶ୍ରୀକର ପୁଞ୍ଜି(୬୨) ଏକ ଟାଙ୍ଗିଆ ରେ ମୁଣ୍ଡ ରେ ଶକ୍ତ ପ୍ରହାର କରିବାରୁ ଘଟଣାସ୍ଥଳରେ ବୃଦ୍ଧା ଟଲି ପଡ଼ିଥିଲେ। ପରିବାର ଲୋକେ ଡାକ୍ତରଖାନାରେ ଆଣି ଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।ତେବେ କେଉଁ କାରଣ କୁ ନେଇ ବୃଦ୍ଧା ଙ୍କୁ ଅଭିଯୁକ୍ତ ଆକ୍ରମଣ କରିଛି ତାହା ଅସ୍ପଷ୍ଟ ରହିଛି, ଘଟଣା ପରେ ଦୁର୍ବୁତ୍ତ କୁ କୋକସରା ପୁଲିସ ଗିରଫ କରିଛି ଓ ଘଟଣା ର ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories