ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଳକ ଅନ୍ତର୍ଗତ ବହଳପଞ୍ଚାୟତ ପଞ୍ଚାୟତ ର ଗୌଡଗାଡ – ଅମରପାଲି ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏହି ରାସ୍ତା ଏବେ କାଦୁଅ ପଚପଚ ହୋଇପଡିଥିବା ବେଳେ ବିଭିନ୍ନ ସ୍ଥାନରେ ଖାଲ ଖମା ପୂର୍ଣ୍ଣ ହୋଇପଡିଛି । ଏବେ ଚାଷ ସମୟ ହୋଇଥିବାରୁ ଲୁହା ଚକ ଲାଗିଥିବା ଟ୍ରାକ୍ଟର ସବୁବେଳେ ଯାତାୟତ କରୁଥିବାରୁ ଉକ୍ତ ରାସ୍ତାର ଅବସ୍ଥା ଆହୁରି ସଙ୍ଗୀନ ହୋଇ ପଡିଛି। ଗୌଡଗାଡ ଗ୍ରାମର ପ୍ରାୟ ୨୦ ଟି ପରିବାର ଏହି ରାସ୍ତା ଦେଇ ଅଙ୍ଗନୱାଡି ଓ ସ୍କୁଲ କୁ ଯାଉଥିବା ଛାତ୍ରୀଛାତ୍ର ଏବେ ସ୍କୁଲ ଯାଉ ନ ଥିବା ଅଭିଯୋଗ ହେଉଛି। ଏହା ସହିତ ଅମରପାଲି ହାଇସ୍କୁଲ କୁ ପଢି ଆସୁଥିବା ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯିବା ଅସିବା କରିପାରୁ ନାହାନ୍ତି। ଏହା ବ୍ୟତିତ ଅମରପାଲି ସପ୍ତାହିକ ବଜାର କୁ ମଧ୍ୟ ମହିଳା , ପୁରୁଷ ଏହି ରାସ୍ତାରେ ଯାଇ ପାରୁ ନାହାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଜନ ପ୍ରତିନିଧିଙ୍କର ଦୃଷ୍ଟି ପଡିପାରୁ ନାହିଁ। ତେବେ ଏହି ରାସ୍ତାର ଉକ୍ତ ସମସ୍ୟାକୁ ଦୃଷ୍ଟି ଦେଇ ଯଥାଶୀଘ୍ର ଏହାର ମରାମତି କାରିବାକୁ ସାଧାରଣରେ ଦାବୀ ହେଉଛି I