Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଡ଼ିହି ମୁଖ୍ୟରାସ୍ତା ଅବସ୍ଥା ଅତି ଶୋଚନୀୟ ଦୁର୍ଦଶାରେ ଗ୍ରାମବାସୀ

ଝାରସୁଗୁଡା ୩୦/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ଚାଣ୍ଟିପାଲି ଛକରୁ ନୂଆଡିହି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଫଳରେ ନୂଆଡିହି ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ କରୁଛନ୍ତି । ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ନୂଆଡ଼ିହି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ସୂଚନା ଥାଉକି ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତର ୧ ନମ୍ବର ୱାର୍ଡ ହେଉଛି ନୂଆଡ଼ିହି ଗାଁ । ଏହି ଗାଁରେ ପ୍ରାୟ ଦୁଇଶହରୁ ଅଧିକ ଲୋକ ବସବାସ କରି ଆସୁଛନ୍ତି । ହେଲେ ଚାଣ୍ଟିପାଲି ଛକରୁ ନୂଆଡ଼ିହି ଗାଁକୁ ସଂଯୋଗ କରୁଥିବା ପ୍ରାୟ ୧ କିମି ମୁଖ୍ୟ ରାସ୍ତାର ଅବସ୍ଥା କହିଲେ ନ ସରେ । ଉକ୍ତ କଚ୍ଚା ରାସ୍ତାଟି ଅସରାଏ ବର୍ଷା ହେଲେ ବେହାଲ ହୋଇ ପଡୁଛି । ରାସ୍ତାସାରା ଖାଳଖମାରେ ଭର୍ତ୍ତି ସେଥିରେ ପୁଣି ବର୍ଷା ପାଣି ଜମି ରହିଥିବା ଫଳରେ ଗ୍ରାମବାସୀ ତଥା ବିଭିନ୍ନ ସ୍କୁଲ କଲେଜକୁ ଗାଁର ଛାତ୍ରଛାତ୍ରୀ ଯାତାୟାତ ସମୟରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହା ବ୍ୟତୀତ ରାସ୍ତାଟି ସୀମାନ୍ତ ଛତିଶଗଡ ରାୟଗଡ଼ ଜିଲ୍ଲା ସ୍ଥିତ ଲାରା ଏନଟିପିସି ବୃହତ ତାପଜ କେନ୍ଦ୍ରକୁ ସଂଯୋଗ କରୁଥିବା ଯୋଗୁଁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବିଭିନ୍ନ ପ୍ରକାର ଯାନବାହନ ଯିବା ଆସିବା କରୁଥିବା ଯୋଗୁଁ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି । ଏଥିସହ ନୂଆଡ଼ିହି ଗାଁର କୌଣସି ବ୍ୟକ୍ତି ଯଦି ଆକସ୍ମିକ ଦୈବୀ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି । ତାହେଲେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯିବା ଅତି କଷ୍ଟକର ହୋଇ ପଡ଼ିଥିବା ସେମାନେ ପ୍ରକାଶ କରିଛନ୍ତି । ନିର୍ବାଚନ ସମୟ ଆସିଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅନେକ ପ୍ରତିଶ୍ରୁତି ମିଳିଥାଏ । ହେଲେ ନିର୍ବାଚନ ପରେ ସେ ସବୁ ପ୍ରତିଶୃତି ପାଣି ଫୋଟକା ପରି କୁଆଡ଼େ ମିଳାଇ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ନୂଆଡ଼ିହି ଗ୍ରାମର ମୁଖ୍ୟ ରାସ୍ତାର ଦୁରାବସ୍ଥାକୁ ଗୁରୁତ୍ୱ ସହ ବିଚାର କରି ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଉଚିତ ପଦକ୍ଷେପ ନେବାକୁ ସଦାନନ୍ଦ ସାହୁ,ମନୋଜ ଦେହେରି, ରାଜେଶ ଦେହେରି,ଗୁରୁ ଚରଣ ସାହୁ,ମୋତିଲାଲ ସାହୁ,ନେପାଳ ପଧାନ,ଲେକୁରୁ ପଧାନ,ସୁଶୀଲ ଦେହେରି,ବବୁଲୁ ସାହୁ,ଡମ୍ବରୁ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ