Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ପନ୍ଦନ ଆଞ୍ଚଳିକ ଯୁବକ ସଙ୍ଘ ପକ୍ଷରୁ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚିପିଲିମା,ଗୋଡ଼ଭଗା ସ୍ପନ୍ଦନ ଆଞ୍ଚଳିକ ଯୁବକ ସଙ୍ଘ ପକ୍ଷରୁ ଗୋଡ଼ଭଗା ସାରସ୍ୱତ କଲେଜ ପାଖ ପଡିଆରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଙ୍ଘର ସଭାପତି ବାଳକୃଷ୍ଣ ସାହୁଙ୍କ ନେତୃତ୍ୱରେ ବୁଧବାର ପୂର୍ବାହ୍ନରେ ସଙ୍ଘର ସମସ୍ତ ସଦସ୍ୟସଦସ୍ୟା, ବିଭିନ୍ନ ଏସଏଚଜି ଗ୍ରୁପ, ସାମାଜିକ କର୍ମୀ ପ୍ରମୁଖ ସାମିଲ ହୋଇ ବିଭିନ୍ନ କିସମର ୧୦୦ଟି ଗଛ ଲଗାଇଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ସଙ୍ଘ ର ଉପସଭାପତି ସୀତାରାମ ରଥ, ସମ୍ପାଦକ ରାଧେଶ୍ୟାମ ପ୍ରଧାନ, ସହ ସମ୍ପାଦକ କମଳାକାନ୍ତ ଛନ୍ଦ, କୋଷାଧକ୍ଷ ମୋହନ ପ୍ରସାଦ ଛନ୍ଦ, କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁ, ପୂର୍ବତନ ଜ଼ିଲ୍ଲାପରିଷଦ ସଂଯୁକ୍ତା ପ୍ରଧାନ, ସମାଜସେବୀ ଅକ୍ଷୟ କର୍ଣ୍ଣ ପ୍ରମୁଖଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମଧ୍ୟ ସାମିଲ ଥିଲେ l ଏପରି ଏକ କାର୍ଯ୍ୟକ୍ରମକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ