କଳାହାଣ୍ଡି:୦୧/୦
ଅଗଷ୍ଟ ୧ ତାରିଖ କୁ ସମ୍ବଲପୁରୀ ଦିନ ଭାବେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଭବାନୀପାଟଣା ସ୍ଥିତ ବିକାଶ ଉଇସଡମ ପାର୍କ ପରିସରରେ “ସମ୍ବଲପୁରୀ ଦିନ୍” ପାଳିତ ହୋଇଯାଇଛି । ଏହି ଉତ୍ସବରେ ଡ଼ ଅଜୟ କୁମାର ମିଶ୍ର ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ , ଭବାନୀପାଟଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ ପରମେଶ୍ବର ମୁଣ୍ଡ ଅଧ୍ୟାପକ ତଥା ଓଡ଼ିଆ ବିଭାଗୀୟ ମୁଖ୍ୟ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ , ଭବାନୀପାଟଣା , ଶ୍ରୀଯୁକ୍ତ ଧ୍ୟାନନନ୍ଦ ପଣ୍ଡା ପ୍ରତିଷ୍ଠାତା ପ୍ରତିଭା ଅନୁଷ୍ଠାନ, ଭବାନୀପାଟଣା, ଶ୍ରୀଯୁକ୍ତ ଭୀମସେନ ସାହୁ ବିଶିଷ୍ଟ ସମ୍ବଲପୁରୀ ନୃତ୍ୟ ଗୁରୁ, ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାସ ଅଧ୍ୟାପକ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ , ଭବାନୀପାଟଣା, ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର , ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି. ପଦ୍ମିନୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର ଅତିଥିଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ଗଣ ନିଜ ବକ୍ତବ୍ୟରେ ସମ୍ବଲପୁରୀ ଭାଷା , ସଂସ୍କୃତି, ପରମ୍ପରା, ନୃତ୍ୟ, ସଙ୍ଗୀତର ରକ୍ଷଣ ତଥା ଉନ୍ନତି ଦିଗରେ କାର୍ଯ୍ୟ କରିବା ଏବଂ ଏଥି ନିମନ୍ତେ ଗର୍ବ ଅନୁଭବ କରିବାକୁ ଆହ୍ବାନ ଦେଇଥିଲେ । ପରେ ପରେ ବିକାଶ ଆବାସିକ ବିଦ୍ୟାଳୟର ପ୍ରାୟ ତିନିଶହ ପଚାଶରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ନେଇ ସାମୁହିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧ୍ୟକ୍ଷା ଆରତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ରିପୋର୍ଟ–ସନତ କୁମାର ପ୍ରଧାନୀ