Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ମିଶିଲେ ମମତା ମହାନ୍ତ, ବୁଧବାର ଛାଡିଥିଲେ ବିଜେଡି ଓ ରାଜ୍ୟସଭା ସଦସ୍ୟତା

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଏବଂ ବିଜେଡି ଛାଡ଼ିବାର ଦିନକ ପରେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମମତା ମହାନ୍ତ । ଦିଲ୍ଲୀ ସ୍ଥିତି ପାର୍ଟି ମୁଖ୍ୟାଳୟରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅନୁଣ ସିଂହଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବୁଧବାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ସହ ବିଜେଡି ଛାଡିଥିଲେ ମହାନ୍ତ ।

ବିଜେପିରେ ମିଶିବା ପରେ ମମତା ମହାନ୍ତ କହିଛନ୍ତି, ‘ମୋତେ ଜିଲ୍ଲା ପରିଷଦ ଏବଂ ରାଜ୍ୟସଭା ସଦସ୍ୟ ଭାବେ ମୟୂରଭଞ୍ଜ ଜିଲ୍ଲାବାସୀ ଏବଂ ଓଡ଼ିଶାବାସୀଙ୍କ ସେବା ପାଇଁ ଯେଉଁ ସୁଯୋଗ ଦେଇଥିଲେ ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଦେଉଛି ।’କିନ୍ତୁ ବିଜେଡିରେ ରହି ମୋର ଲକ୍ଷ୍ୟ ସାଧନ ହେଲାନି । କିନ୍ତୁ ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ବିଜେଡିରେ ମୋର ଆବଶ୍ୟକତା ଲୋଡ଼ା ପଡ଼ୁନି । ଲୋକଙ୍କ ସେବା ମୋର ଲକ୍ଷ୍ୟ ତେଣୁ ମୋର କୁଡୁମୀ ସମ୍ପ୍ରଦାୟ ଏବଂ ଜନତାଙ୍କ ଅଧିକରୁ ଅଧିକ ସେବା କରିବା ପାଇଁ ବିଜେପିରେ ସାମିଲ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏବଂ ବିଜେପି ପରିବାରର ବିଚାରଧାରା, ପିଏମ୍ ମୋଦୀଙ୍କ ସବକା ସାଥ୍, ସବକା ବିକାଶ ବିଚାରଧାରାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛି ।’

ଦିଲ୍ଲୀରେ ଏହି ବିଜେପି ମିଶ୍ରଣ ପର୍ବରେ ସାଂସଦ ଅନୀତା ଶୁଭଦର୍ଶିନୀ, ସାଂସଦ ମାଳବୀକା ଦେବୀ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାଂସଦ ଅନନ୍ତ ନାୟକ, ସାଂସଦ ନବଚରଣ ମାଝୀ, ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିଥିଲେ । ମମତାଙ୍କ ଇସ୍ତଫା ପରେ ଓଡିଶାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡିଲା । ସେହି ପଦରେ କିଏ ହେବେ ସଦସ୍ୟ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ତେବେ ମମତା ମହାନ୍ତଙ୍କ ଇସ୍ତଫା କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତିକୁ ମଧ୍ୟ ଉଷ୍ମ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ