Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ: ଅରବିନ୍ଦ ଢାଲି

ଭୁବନେଶ୍ୱର: ମମତା ମହାନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ସହ ବିଜେଡି ଛାଡିବା ନେଇ ରାଜନୀତି ଥମିବାର ନାଁ ଧରୁନି । ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ଜାରି ରହିଛି । ଏବେ ବିଜେପି ନେତା ତଥା ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ବିଜେଡିକୁ ନେଇ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ। ବିଜେଡି ବସା ଖାଲି ହେଇଯିବ। ହେଲେ ବିଜେପି ହେଉଛି ଜାତୀୟ ଦଳ। ଜାତୀୟ ଦଳର କେବେ ବି ବିଲୟ ହୁଏନି। ବିଜେଡି ଦଳରେ ବାକ୍ ସ୍ୱାଧୀନତା ନାହିଁ। ସେଠି ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସୁପ୍ରିମୋଙ୍କୁ କେହି ଦେଖା କରିପାରିବେ ନାହିଁ। ପାଣ୍ଡିଆନ୍ ହିଁ ବିଜେଡିର ସ‌ର୍ବେସର୍ବା।

ସେ ଏହା ମଧ୍ୟ କହିଛନ୍ତି ଯେ, ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା। ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି। ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏ ସରକାର ୫ ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ।

ସୂଚନାଯୋଗ୍ୟ, ରାଜ୍ୟସଭା ସାଂସଦ ମମତା ମହାନ୍ତ ବୁଧବାର ଅପ୍ରତ୍ୟାଶିତ ଭାବେ ସଂସଦର ଉଚ୍ଚସଦନରୁ ଇସ୍ତଫା ଦେଇଥିଲେ । ଏହାର କିଛି ସମୟ ପରେ ବିଜେଡି ଛାଡିଥିଲେ । ଗତକାଲି ସେ ଦିଲ୍ଲୀରେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଥିଲେ । ଏହା ପରେ ସେ ବିଜେଡି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ