Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୁଗୁଡ଼ି ପାଲି ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ଅଙ୍ଗନବାଡି କେନ୍ଦ୍ର ତରଫରୁ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ନେଇ ଏକ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ୱାର୍ଡ ସଭ୍ୟ ମୁରଲୀ ବଗର୍ତ୍ତୀ ସଭାପତିତ୍ବ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ, ସ୍ବେଛାସେବୀ ଅକ୍ରୁର ନାଏକ , ଆଶା କର୍ମୀ ସରସ୍ବତୀ ପଲତା ପ୍ରମୁଖ ଉପସ୍ଥିତ ରହି ଫାଇଲେରିଆ ରୋଗର କାରଣ ଓ ନିରାକରଣ ଉପରେ ସୂଚନା ପ୍ରଦାନ କରିଥିଲେ I ଆଗାମୀ 10 ତାରିଖ ରୁ 19 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଔଷଧ ସେବନ ଅଭିଯାନ କୁ ସଫଳ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ କରାଯାଇଥିଲା l ଅଙ୍ଗନବାଡି କର୍ମୀ ସବିତା ପୁରୋହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l