ମାଆ ଶୁଦ୍ଧିକ୍ରିୟା ପାଇଁ ଅଢ଼େଇ ବର୍ଷ ପୁଅକୁ ବିକି ଦେଲା ବାପା


କଟକ: ନିଜ ମାଆର ଶୁଦ୍ଧିକ୍ରିୟା କରିବାକୁ ପାଖରେ ନଥିଲା ବଳ । ନିଜ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ବାପା । ତାହା ପୁଣି ମାତ୍ର ୫ ହଜାର ଟଙ୍କାରେ । ଏମିତି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଆଳି ମୁଣ୍ଡାସାହୀରୁ ।
ଅଭିଯୋଗ ଅନୁସାରେ ମୁଣ୍ଡସାହୀରେ ରହୁଥିବା ସୁକାନ୍ତ ସିଂଙ୍କର ଅଢେଇ ବର୍ଷର ପୁଅ ଥିଲା । ଦୁଇବର୍ଷ ପୂର୍ବେ ପିଲାଟିର ମାଆଙ୍କ ମୃତ୍ଯୁ ଘଟିଥିବା ବେଳେ କିଛିଦିନ ତଳେ ସୁକାନ୍ତଙ୍କ ମାଆ ବି ଆରପାରିକୁ ଚାଲି ଯାଇଥିଲେ । ତାଙ୍କ ଶୁଦ୍ଧିକ୍ରିୟା କରିବାକୁ ସୁକାନ୍ତ ନିଜ ପୁଅକୁ ୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ମାତ୍ର ଏନେଇ ନିଆଳି ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି ।
ସୁକାନ୍ତଙ୍କ ପ୍ରକୃତ ଘର ବାଲେଶ୍ବରରେ ହୋଇଥିବାବେଳେ ୩ ବର୍ଷ ହେଲା ସେ ନିଆଳିରେ ରହୁଥିଲେ । ତାଙ୍କର ମୋଟ ୬ଟି ସନ୍ତାନ ରହିଥିଲେ । ସେମାନଙ୍କ ମଧ୍ଯରୁ ଅଢେଇ ବର୍ଷର ଶିଶୁଟିକୁ ସେ ବିକ୍ରି କରିଦେଇଥିବା ଜଣାପଡ଼ିଛି ।