Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟ ଅନୁଦାନ ରାଶି କୁ ପ୍ରଧାନ ଶିକ୍ଷକ ଆତ୍ମସାତ ଅଭିଯୋଗ ରେ ଅଫିସ ରେ ଠୁଙ୍କିଲେ ତାଲା।

କଳାହାଣ୍ଡି:୦୩/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା କେନ୍ଦୁ ଡୋଙ୍ଗରି ୟୁଜି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ ସ୍କୁଲ ପରିଚାଳନା କମିଟି ର ସଭାପତି ଙ୍କ ବିନା ଦସ୍ତଖତ ରେ ନିଜେ ସ୍କୁଲ ପାଇଁ ଆସିଥିବା ଉନ୍ନୟନ ଅନୁଦାନ ଟଙ୍କା ଉଠାଣ କରି ହଡପ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କେନ୍ଦୁଡୋଙ୍ଗରି ୟୁଜୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ରୁ ୧୦ ମ ଶ୍ରେଣୀ ଯାଏ ୧୬୬ ପିଲା ଅଧ୍ୟୟନ କରନ୍ତି ।ଏହି ବିଦ୍ୟାଳୟକୁ ଗତ ୨ ବର୍ଷ ତଳେ ବିଜେଡି ସରକାର ପକ୍ଷରୁ ୫ ଟି ଅଧିନରେ ୪୫ ଲକ୍ଷ ଅନୁଦାନ ସ୍କୁଲ ନିର୍ମାଣ ପାଇଁ ଆସିଥିଲା। ସେଥି ମଧ୍ୟରୁ ୩୯ ଲକ୍ଷ କାମ ହୋଇଛି। ହେଲେ ନିର୍ମାଣଧୀନ କାର୍ଯ୍ୟ ଗୁଡିକ ଅତି ନିମ୍ନମାନର ହେବା ସହ ଏପର୍ଯ୍ୟନ୍ତ ସ୍କୁଲ ର ଗେଟ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ରୁ ଦୁର୍ନୀତି ହୋଇଥିବା ବେଳେ ଅନୁଦାନ କୁ ହେରଫେର କରିଥିବା ଅଭିଯୋଗ କରିଛନ୍ତି ସ୍କୁଲ ପରିଚାଳନା କମିଟି ର ସଭାପତି ହେମନ୍ତ ନାଏକ। ଅନ୍ୟପକ୍ଷେ ପ୍ରଧାନ ଶିକ୍ଷକ ରହିଥବା ଆଶୁତୋଷ ସରାବୁ ସ୍କୁଲ ପରିଚାଳନା କମିଟି ର ଅଜାଣତରେ ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି। ଗତ ମାସେ ପୂର୍ବରୁ ସ୍କୁଲ ପରିଚାଳନା କମିଟିର ସଭାପତି ଓ ସଦସ୍ୟ ମାନେ ସ୍କୁଲ ଉନ୍ନୟନ ଅନୁଦାନ ଅର୍ଥ କୁ ପ୍ରଧାନ ଶିକ୍ଷକ ହେରଫେର କରିଥିବା ନେଇ କୋକସରା ବ୍ଲକ ବିଇଓ ରଶ୍ମିତା ନେତମ ଙ୍କୁ ଅଭିଯୋଗ କରିଥିଲେ ଏନେଇ ବିଇଓ ତଦନ୍ତ ରିପୋର୍ଟ ମାଗିଥିଲେ। ତେବେ ଅଭିଯୋଗ ପରେ ମଧ୍ୟ ଶିକ୍ଷା ବିଭାଗ ଅଧିକାରୀ ଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ସ୍କୁଲ ପରିଚାଳନା କମିଟିର ସଭାପତି ହେମନ୍ତ ନାଏକ ଓ ସଦସ୍ୟ ମାନେ ପ୍ରଧାନ ଶିକ୍ଷକ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇ ପ୍ରତିବାଦ କରିଥିଲେ। ପରେ ଖବର ପାଇ ବ୍ଲକ ଶିକ୍ଷା ବିଭାଗୀୟ ଅଧିକାରୀ ତୋଫାନ ମାଝୀ ସ୍କୁଲ ରେ ପହଞ୍ଚି ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ପ୍ରଧାନ ଶିକ୍ଷକ ଙ୍କ ସହ ଆଲୋଚନା କରି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହ ଏହି ଅନିୟମିତତା ହେଉଥିବା ଅଭିଯୋଗ ବିଷୟରେ ଫୋନ ରେ କହିବା ପରେ ବର୍ତ୍ତମାନ ଥିବା ଇଲିମେଣ୍ଟାରୀ ସେକ୍ସନ ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ ଙ୍କୁ ପ୍ରଧାନ ଶିକ୍ଷକ ପଦ ରୁ ହଟାଇ ସେକେଣ୍ଡାରି ସେକ୍ସନ ରୁ ସିନିୟର ଥିବା ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଙ୍କୁ ଦାୟିତ୍ୱ ଦେବାକୁ କହିଥିବା ନେଇ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ କହିଛନ୍ତି।ଯାହାକୁ ନେଇ ଆଜି ସ୍କୁଲ ଖୋଲିବା ପରେ ପରିଚାଳନା କମିଟିର ସଭାପତି ହେମନ୍ତ ନାଏକ ସମେତ ଲିଙ୍ଗରାଜ ବାଗ, ନବାବ ଦାସ, ସନ୍ତୋଷ ନାଏକ, ମାମୁନୁ ଦାସ, ନବୀନ ନାଏକ, ସୁରେନ୍ଦ୍ରୀ ନାଗ, ମଞ୍ଜୁଲତା ବାଗ, ଲାଲୁ ଦାସ ପ୍ରମୁଖ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ପ୍ରତିବାଦ କରିଥିଲେ। ଏହାପରେ ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ ସମେତ ଅନ୍ୟ ଶିକ୍ଷକ ମାନେ ସ୍କୁଲ ଗେଟ୍ ଆଗରେ ଅଟକି ରହିଥିଲେ। ଫଳରେ ଦିର୍ଘ ସମୟ ଧରି ଛାତ୍ର ଛାତ୍ରୀଙ୍କ ଶିକ୍ଷା ଦାନରେ ବ୍ୟାଘାତ ଘଟିଥିଲା। ଖବର ପାଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଓ ଲଡୁଗାଁ ସିଆରସିସି ଫାଲଗୁନି ବାଣୁଆ ପ୍ରମୁଖ ପହଞ୍ଚି ସ୍କୁଲ ପରିଚାଳନା କମିଟି ସହିତ ଦିର୍ଘ ସମୟ ଧରି ଆଲୋଚନା କରିଥିଲା। ଏବଂ ସୋମବାର ସୁଦ୍ଧା ସମ୍ପୃକ୍ତ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ପଠାଯିବା ସହ ଦୁର୍ନୀତି ପ୍ରମାଣ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଇଓ ଶ୍ରୀମାଝୀ ପରିଚାଳନା କମିଟିକୁ ପ୍ରତିଶ୍ରୁତି ଦେବା ପରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ତାଲା ଖୋଲିବା ପରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories