Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମାଲବାହୀ ଗାଡ଼ି ଧକ୍କାରେ ଗୋଟିଏ ଗାଈ ମୃତ ଅନ୍ୟଟି ଗୁରୁତର

ଝାରସୁଗୁଡା ୩/୮ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାମଗାଁ ଛକରେ ମାଲବାହୀ ଗାଡ଼ି ଧକ୍କାରେ ଏକ ଗାଈ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଟି ଗୁରୁତର ଆହତ ହୋଇଛି । ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ ଜିମାରେ ଦେଇଥିବା ଜଣା ପଡ଼ିଛି ।
ସୂଚନା ମତେ ଆଜି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ସିଜି-୦୪-ଏମଏମ-୦୧୮୭ ନମ୍ବର ବିଶିଷ୍ଟ ଏକ ମାଲବାହୀ ଗାଡ଼ି ବେଳପାହାଡ଼ ପଟୁ କନକତୋରା ପଟେ ଯାଉଥିବା ବେଳେ ଜାମଗାଁ ଛକରେ ପ୍ରଥମ ଗାଈକୁ ଧକ୍କା ମାରିବା ପରେ ଅନ୍ୟ ଏକ ଗାଈ ଉପରେ ଗାଡ଼ିଟି ଚଢ଼ି ଯାଇଥିଲା । ଫଳରେ ପ୍ରଥମ ଗାଈର ଗୋଡ଼ରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଗାଈଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲା ।

More Stories