Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟାଙ୍ଗର ସାହି ରେ ପାନୀୟଜଳ ପାଇପାରୁ ନାହାନ୍ତି ଗ୍ରାମବାସୀ

ବିରମହlରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରସାଇ ମେହେର ପଡ଼ା ଠାରେ ପାନୀୟଜଳ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ରାଜ୍ୟରେ ସରକାର ଘରଘର ଜଳ ନାରା ଦେଉଛନ୍ତି । ଏଠାରେ ଦୁଇଟି ୱାର୍ଡ ର ଜନସାଧାରଣ ଏହି ପ୍ରକଳ୍ପ ଉପରେ ନିର୍ଭର କରୁ ଥିବା ବେଳେ ବହୁ ଦିନ ଧରି ଅବସ୍ଥାପିତ ସୋଲାର ପ୍ରକଲ୍ପ ଅଚଳ ଅବସ୍ଥାରେ ପଡ଼ିରହିଛି l ଫଳରେ ଏହି ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶିଘ୍ର ଏହି ସୈାର ପ୍ରକଳ୍ପ ମରାମତି ପାଇଁ ଗ୍ରାମବାସୀ ଦାବି କରନ୍ତି ।