କଟକ: ମହାନଦୀରେ ଗତକାଲି ଭାସି ଯାଇଥିବା କାଉଡ଼ିଆଙ୍କ ଶବ ଆଜି ଉଦ୍ଧାର କରାଯାଇଛି । ମୃତ କାଉଡ଼ିଆ ହେଲେ ବିଶ୍ୱଜିତ ବେହେରା । ଭଦିମୂଳ ଘାଟ ନିକଟରୁ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ ।
ଗତକାଲି ପାଣି ଉଠାଇଲା ବେଳେ ତିନିଘରିଆର ବିଶ୍ୱଜିତ ବେହେରା ଭାସି ଯାଇଥିଲେ । ସନ୍ଧ୍ୟାରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ସର୍ଚ୍ଚ ଅପରେସନ ସ୍ଥଗିତ ରହିଥିଲା ।
ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । କିଛି ଘଣ୍ଟାର ଖୋଜାଖୋଜି ପରେ ଭଦିମୂଳ ଘାଟ ନିକଟରୁ ବିଶ୍ୱଜିତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଯାଇଛି । ପୁଅର ମୃତଦେହ ଉଦ୍ଧାର ହେବା ପରେ ବିଶ୍ୱଜିତଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ହସଖୁସିରେ ଶିବଙ୍କୁ ଜଳଲାଗି ନିମନ୍ତେ ଘରୁ ପୁଅ ଗୋଡ଼ କାଢ଼ିଥିବା ବେଳେ ଏବେ ତା’ର ମୃତ୍ୟୁ ଘଟଣାକୁ ସେମାନେ ବିଶ୍ୱାସ କରି ପାରୁନାହାନ୍ତି ।