Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବନ ବିଭାଗ ଚଢାଉ କରି ଜବତ କରିଛି ପ୍ରାୟ 23 କୁଇଣ୍ଟାଲ ଚୋରା କେନ୍ଦୁପତ୍ର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଓ ସୁବଳୟା ବନବିଭାଗ ମିଳିତ ଭାବେ ଚଢ଼ାଉ କରି ଚୋରା କେନ୍ଦୁପତ୍ର ଜବତ କରି କେନ୍ଦୁପତ୍ର ବିଭାଗ କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି l ପ୍ରକାଶ ଯେ ଉଲୁଣ୍ଡା ବନବିଭାଗ କୌଣସି ସୂତ୍ରରୁ ଖବରପାଇ ସୁବଳୟା ବନବିଭାଗ କୁ ଖବର ଦେଇଥିଲା l ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ଗାଁ ରେ ଗୋଟିଏ ଗାଈ ଗୁହାଳ ରେ ଚୋରା କେନ୍ଦୁପତ୍ର ବେପାରୀ ମାନେ ଗୋଦାମ କରି କେନ୍ଦୁପତ୍ର ଗଛିତ କରି ରଖିଥିବା ଖବରପାଇ ବନବିଭାଗ ଚଢ଼ାଉ କରିଥିଲା l ଗୋଦାମ ରେ ମୋଟ ୨୨କୁଇଣ୍ଟାଲ ୬୦କେଜି ଓଜନ ର ୪୫୨ ବିଡା ଜବତ କରିଥିବା ସୂଚନା ଦେଇଛି ବନବିଭାଗ l ସୁବଳୟା ବନବିଭାଗ ରେଞ୍ଜର ଅବିନାଶ ବରିହା ଙ୍କ ନିର୍ଦେଶ କ୍ରମେ ବନପାଳ ଅଜୟ ବାରା ଙ୍କ ତତ୍ଵବଧାନ ରେ ବନରକ୍ଷୀ ନିରଞ୍ଜନ ପଧାନ ଓ ବନବିଭାଗ ର କର୍ମଚାରୀ ମାନଙ୍କ ସହ ଉଲୁଣ୍ଡା ରେଞ୍ଜର ସଂଜୀବ ରାଉତ ଚଢ଼ାଉରେ ସାମିଲଥିଲେ l କେନ୍ଦୁପତ୍ର ବିଡା ଗୁଡିକ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ର ଅମରପାଲି ସ୍ଥିତ ବହଳପଦର କେନ୍ଦୁପତ୍ର ରେଞ୍ଜ କୁ ଆଣି ହସ୍ତାନ୍ତର କରିଥିବା ବନପାଳ ଅଜୟ ବାରା ସୂଚନା ଦେଇଛନ୍ତି l