Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଡାକଟା ରୁ ଲୁତୁରପଙ୍କ ପଞ୍ଚାୟତର ପୁରୁଷୋତ୍ତମ ପାଲି ରାସ୍ତା ପାଲଟିଛି ଧାନକ୍ଷେତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ବ୍ଲକ ଖଣ୍ଡହତା ପଂଚାୟତ ଅନ୍ତର୍ଗତ ବରଡ଼ାକଟା ରୁ ଲୁତୁରପଙ୍କ ପଂଚାୟତ ର ପୁରୁଷୋତ୍ତମପାଲି ଗାଁ ରାସ୍ତା ବର୍ଷା ଦିନରେ ଯିବା ଆସିବାରେ ବହୁତ ଅସୁବିଧା ହେଉଛି I ପ୍ରଶାସନ ପାଖରେ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ସାମିଲ କରାଯାଉନାହିଁ l ନିକଟରେ ଖଣ୍ଡହତା ପଂଚାୟତ ତରଫରୁ ଏକ ଲକ୍ଷ ଟଙ୍କା ରେ ମୁରୁମ କାମ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ I ଫଳରେ ଉଭୟ ପଂଚାୟତ ର ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I ତେଣୁ ଏହାକୁ ଏହି ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କଲେ ଅଞ୍ଚଳ ର ଜନସାଧାରଣ ଉପକୃତହେବେ I ଏହି ରାସ୍ତା ଏବେ କାଦୁଅ ପଚପଚ ହୋଇପଡିଥିବା ବେଳେ ବିଭିନ୍ନ ସ୍ଥାନରେ ଖାଲଖମା ପାଣି କାଦୁଅ ରେ ଭର୍ତ୍ତି ହୋଇପଡିଛି। ଏବେ ଚାଷ ସମୟ ହୋଇଥିବାରୁ ଲୁହା ଚକ ଲାଗିଥିବା ଟ୍ରାକ୍ଟର ଯାତାୟତ କରୁଥିବାରୁ ଉକ୍ତ କଚ୍ଚା ରାସ୍ତା ଆହୁରି ସାଂଘାତିକ ହୋଇ ପଡିଥିବା ବେଳେ ଚାଷ କରୁଥିବା ଧାନ କ୍ଷେତ ପରି ଦେଖାଯାଇଛି । ଉକ୍ତ ରାସ୍ତା ଦେଇ ପୁରୁଷୋତ୍ତମ ପାଲି ଗ୍ରାମର ଲୋକ ଯିବା ଆସିବା କରିବା ସହିତ ଖଣ୍ଡହତା ହାଇସ୍କୁଲ ତଥା କଲେଜ କୁ ପଢିବାକୁ ଆସୁଥିବl ବେଳେ ଲୁତୁରପଙ୍କ ପଂଚାୟତ ଅନ୍ତର୍ଗତ ମେଣ୍ଡିଳୀପାଲି ଆଦି ବହୁ ଗ୍ରାମର ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରାସ୍ତାରେ ଯିବା ଅlସିବା କରିଥାନ୍ତି I ଖଣ୍ଡହତା ସପ୍ତାହିକ ବଜାରକୁ ମଧ୍ୟ ଲୋକେ ଆସନ୍ତି l ରାସ୍ତାରେ କାଦୁଅ ହେବା ଯୋଗୁଁ ସାଇକେଲ ଟିଏ ମଧ୍ୟ ନେବା ମୁସ୍କିଲ୍ ହୋଇ ପଡୁଛି l ଏଥୁପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି କାରିବାପାଇଁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ