Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶିବାଳୟ ମାନଙ୍କରେ ଶ୍ରାବଣ ର ତୃତୀୟ ସୋମବାର କାଉଡିଆ ଉକ୍ତ ଙ୍କ ବୋଲବମ ଧ୍ୱନି ରେ ମୁଖରିତ

ସୋନପୁର : (ସୌମିତ୍ରି ମେହେର) ଅଷ୍ଟ ଶମ୍ଭୁ ଙ୍କ ପୀଠ ସୁବର୍ଣ୍ଣପୁର ଜିଲ୍ଳାରେ ଆଜି ଶ୍ରାବଣ ର ତୃତୀୟ ସୋମବାର ରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ଏଥିପାଇଁ ଆଜି ସକାଳୁ ସହରର ବାବା ସୁବର୍ଣ୍ଣ ମେରୁ , ରାମେଶ୍ୱର , ପଞ୍ଚରଥ ମନ୍ଦିର , ଗୋକର୍ଣେଶ୍ଵର , ପଶ୍ଚିମ ସୋମନାଥ , ଲୋକନାଥ , ଖୁକୁଡେଶ୍ଵର ମହାଦେବ ପ୍ରଭୃତି ମନ୍ଦିର ମାନଙ୍କରେ ଶତାଧିକ କାଉଡିଆ ପବିତ୍ର ମହାନଦୀ ର ସଙ୍ଗମ ସ୍ଥଳୀରୁ ପାଣି ଉଠାଇ ସମସ୍ତ ଶିବ ମନ୍ଦିର ରେ ଜଳାଭିଷେକ କରିଥିଲେ। ଏଥିପାଇଁ ମନ୍ଦିର କମିଟି ମାନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଅନେକ ଦାତବ୍ୟ ଅନୁଷ୍ଠାନ ମାନଙ୍କ ଦ୍ଵାରା ବିଭିନ୍ନ ମନ୍ଦିର ପରିସରରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଛି। ସେହିପରି ଜିଲ୍ଲାର ବୈଦ୍ୟନାଥ ର କୋଶଳେଶ୍ୱର ବାବା , ବିନିକା-ଚରଦା ର କପିଳେଶ୍ୱର , ଚମ୍ପାମାଳ ର ଚମ୍ପେଶ୍ୱର , ବୀରମହାରାଜପୁର ବ୍ଲକ ର ଗୋଧନେଶ୍ୱର ବାବା ପ୍ରଭୃତି ପ୍ରସିଦ୍ଧ ଶୈବପୀଠ ମାନଙ୍କରେ ଭକ୍ତ ଙ୍କ ପ୍ରବଳ ଜନଗହଳି ପରିଲକ୍ଷିତ ହେବାସହ ବୋଲବମ୍ ଓ ହରହର ମହାଦେବ ଧ୍ୱନି ରେ ସମସ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ