ଭୁବନେଶ୍ବର: ୫ ଜଣଙ୍କ ପତି, ୪୯ ଜଣଙ୍କ ପ୍ରେମିକ ରସିକିଆ ମଜନୁ ସତ୍ୟଜିତ ମାନଗୋବିନ୍ଦର ଖୋଲିବ ମୁଖା । ଆଜିଠାରୁ ଦୁଇ ଦିନିଆ ସତ୍ୟଜିତକୁ ରିମାଣ୍ଡରେ ନେଇ ସତ୍ୟଜିତ ପାଟରୁ ତା’ର କଳାଚିଠା ବାହାର କରିବ କମିାନରେଟ୍ ପୋଲିସ । କ୍ୟାପିଟାଲ ଥାନା ପୋଲିସ ସତ୍ୟଜିତକୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ଦୁଇ ଦିନ ପାଇଁ ଅନୁମତି ଦେଇଛନ୍ତି । ଆଜିଠାରୁ ସତ୍ୟଜିତର ରିମାଣ୍ଡ ଅବଧି ଆରମ୍ଭ ହେଉଛି ।
ମଜୁନ ସତ୍ୟଜିତ ୫ ମହିଳାଙ୍କୁ ବିବାହ କରିବା ସହ ୪୯ ମହିଳାଙ୍କ ସହ ସମ୍ପର୍କରେ ଥିଲା । ମହିଳାଙ୍କୁ ବାହା ହେବା ସହ ବିଭିନ୍ନ ଉପାୟରେ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲା । ସବୁ ଟଙ୍କା ଆତ୍ମସାତ କରି ଧରାପଡ଼ିବା ପୂର୍ବରୁ ବିଦେଶ ପଳାଉଥିଲା । ବିଶେଷ କରି ଦୁବାଇ ।
ଏଭଳି ଭାବରେ ସେ ଜଣେ ମହିଳାଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ଏବଂ ଅନ୍ୟ ଜଣେ ମହିଳାଙ୍କଠାରୁ ୮ ଲକ୍ଷ ଟଙ୍କା ଓ ବୁଲେଟ ଗାଡି ନେଇଥିଲା । ଯଦି କୌଣସି ମହିଳା ତା ବାବଦରେ ଜାଣି ତାକୁ ଟଙ୍କା ମାଗୁଥିଲେ, ସେ ଓଲଟା ବନ୍ଧୁକ ଦେଖାଇ ଧମକାଉଥିଲା । ସଂପୃକ୍ତ ୨ ମହିଳା ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ଅଗଷ୍ଟ ୩ ତାରିଖ ଦିନ ସତ୍ୟଜିତ ପୋଲିସ ଜାଲରେ ଫସିଥିଲା ।