ଲଗାଣ ବର୍ଷା ଯୋଗୁଁ ଉଲୁଣ୍ଡା ର ପ୍ରସିଦ୍ଧ ମେଟାକାନି ମନ୍ଦିର ପାଲଟିଛି ଏକ ଜଳାଶୟ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକର ପ୍ରସିଦ୍ଧ ପୀଠ ମାଁ ମେଟାକାନୀ ମନ୍ଦିର ବର୍ଷା ପାଣିରେ ଚାରିଆଡ଼ ଜଳମଗ୍ନ ହୋଇଛି । ଗତ ରାତ୍ରି ଠାରୁ ପ୍ରବଳ ଲଗାଣ ବର୍ଷା ଯୋଗୁଁ ମନ୍ଦିର ବେଢା , ଗର୍ଭଗୃହ , ମନ୍ଦିର ପରିସର ଆଦି ସମସ୍ତ ଯାଗାରେ ପାଣି ଜମିରହି ଜଳାଶୟ ସ୍ରୁଷ୍ଟି କରିଛି । ଯାହା ଫଳରେ ପୂଜାର୍ଚ୍ଚନା ନୀତି ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।ଏହା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ବନ୍ଦ ହୋଇଯାଇଛି । ଗର୍ଭଗୃହ ରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ଗର୍ଭଗୃହ ରେ ପ୍ରାୟ ୨ରୁ ୩ ଫୁଟ ଜମିରହିଥିବା ଦେଖିବାକୁ ମିଳିଛି। ଗମ୍ଭିରା ଭିତରେ ମଧ୍ୟ ପାଣି ପଶିଯିବାରୁ ମାଁ ଙ୍କ ମୂର୍ତ୍ତି ବୁଡି ଯାଇଥିବା ଜଣାପଡ଼ିଛି। ମନ୍ଦିର ବେଢା ଓ ମନ୍ଦିର ପରିସର ରେ ୨ରୁ ୩ ଫୁଟ ପାଣି ଜମିରହିଥିବା ଯୋଗୁଁ ଚାରି ଆଡେ ଖାଲି ଜଳମୟ ହୋଇଯାଇଛି । ଅତି ପ୍ରବଳ ବର୍ଷା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବା ଫଳରେ ଏଭଳି ସ୍ଥିତି ଦେଖାଦେଇଛି ।