Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୁତିଆ ପାଲି ଘୁଙ୍ଗିନାଳ ଉପରେ ତିନି ଫୁଟ ବର୍ଷା ପାଣି ଥିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ଲଘୁଚାପ ଜନିତ ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ଅମରପାଲି ମୁଖ୍ୟ ରାସ୍ତାର ଭୂତିଆପାଲି ଘୁଙ୍ଗି ନାଳ ଉପରେ ମଙ୍ଗଳବାର ମଧ୍ୟାହ୍ନରେ ପ୍ରାୟ ୨/୩ ଫୁଟର ପାଣି ପ୍ରବାହିତ ହୋଇଥିଲା । ଫଳରେ ବୀରମହାରାଜପୁର – ଅମରପାଲି ମୁଖ୍ୟ ରାସ୍ତା re ଗାଡି ମୋଟର ଯିବା ଆସିବା କରିବା କଷ୍ଟକର ହୋଇ ପଡ଼ଛି । ଏହିଭଳି ଭାବରେ ବର୍ଷା ଲାଗି ରହିଲେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରକାଶ ଥାଉ କି ଏଠାରେ ଥିବା ପୋଲଟି ଅତ୍ୟନ୍ତ ସଂକୀର୍ଣ୍ଣ ଓ ଖାଲୁଆ ସ୍ଥାନରେ ଥିବାରୁ ଟିକିଏ ଅଧିକ ବର୍ଷା ହେଲେ ଏଠାରେ ଯାତାୟାତ ଓ ଗମନାଗମନ ପ୍ରଭାବିତ ହୋଇଥାଏ । ତିନି ବର୍ଷ ତଳେ ଏଠାରେ ଏକ ଉଚ୍ଚ ଓ ପ୍ରଶସ୍ତ ପୋଲ ତିଆରି କାମ ଆରମ୍ଭ ହୋଇଥିଲେ ହେଁ ଏକ ରୟତି ଜମି ଉପରେ ପୋଲ ନିର୍ମାଣ ହେଉଥିବା ଅଭିଯୋଗ ହେବାପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଅଦ୍ୟାବଧି ସମସ୍ୟାର ସମାଧାନ ହୋଇପାରି ନ ଥିବା ରୁ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।