ଡୁଙ୍ଗୁରିପାଲି : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଧାନପାଲି ର ଅଧ୍ୟକ୍ଷ ତଥା ପରିଚାଳନା ସମିତି କୋଷାଧ୍ୟକ୍ଷ ମାନନୀୟ ଭାଗିରଥୀ ମେହେର ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଶ୍ବନାଥ ବଡ଼ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ ପ୍ରକଳ୍ପ , ବିଜ୍ଞାନ ପ୍ରଶ୍ନମଞ୍ଚ , ଗଣିତ ପ୍ରକଳ୍ପ , ଗଣିତ ପ୍ରଶ୍ନମଞ୍ଚ , ବିଜ୍ଞାନ ପ୍ରୟୋଗ , ଗଣିତ ପ୍ରୟୋଗ ରେ ବାଳବର୍ଗରୁ ୩୦ ଜଣ , ଶିଶୁ ବର୍ଗରୁ ୩୩ ଜଣ ଓ ପ୍ରାକ୍ ଶିଶୁ ବର୍ଗରୁ ୪୩ ଜଣ ମୋଟ ୧୦୪ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ । କୁଇବାହାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜୟ ଧରୁଆ , ପଞ୍ଚାୟତ ଉଚ୍ଚବିଦ୍ୟାଳୟ ସମରଚିପାର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ୱାଗତିକା ବିଶି ତଥା ସାଲେପାଲି ସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମାସିନୀ ପାଢ଼ୀ ନିର୍ଣ୍ଣାୟକ ଭୂମିକା ସମାପନ କରିଥିଲେ। ପରିଚାଳନା ସମିତି ସଭାପତି ଶଙ୍କର କୁମାର ବେହେରା , ସଂପାଦକ ଡୋଳାମଣି ସେଠ , ଯୁଗ୍ମ ସଂପାଦକ ଦିଲିପ କୁମାର ସାହୁ , ସଦସ୍ୟା ସୀମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ ବୈଜ୍ଞାନିକ ମାନେ ନିଜ ନିଜ ପ୍ରକଳ୍ପ କୁ ଅତି ଅଭିନଵ ଢଙ୍ଗ ରେ ଉପସ୍ଥାପିତ କରିଥିଲେ l ସମାରୋପ ଉତ୍ସବରେ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଯୋଗଦେଇ ସଂସ୍କୃତି, ବିଜ୍ଞାନ ଓ ପରିବେଶ ର ସମନ୍ମୟ ସହ ଅଭିନବତା କୁ ଦୃଷ୍ଟିରେ ରଖି ସରଳ ଓ ବ୍ୟବହାରିକ ବିଜ୍ଞାନ ପ୍ରକଳ୍ପ ଓ ଗାଣିତିକ ଚିନ୍ତାଧାରା ପ୍ରତି ଛାତ୍ରଛାତ୍ରୀ ଆଗ୍ରହୀ ହେବାକୁ ଆହ୍ୱାନ ଦେବା ସହ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ l ଗଣିତ ପ୍ରମୁଖ ଗୌତମ ଗୁରୁଜୀ ଓ ବିଜ୍ଞାନ ପ୍ରମୁଖ ଗୁରୁଜୀ କପିଳାସ ପାଣ୍ଡେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ଶିଶୁ ବାଟିକା ପ୍ରମୁଖ ଗୁରୁମା ପ୍ରିୟଙ୍କା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା , ସେବକସେବିକା ସହଯୋଗ କରିଥିଲେ।