Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପାଣି ପାଇପ ବିଛା ଆଳରେ ଡ୍ରେନ ତାଡ଼ିଦେଲେ ଠିକାଦାର ଗାଁ ମଝି ରାସ୍ତାରେ ଜମୁଛି ନର୍ଦ୍ଦମା ମଇଳା ପାଣି

ଝାରସୁଗୁଡା ୮/୮ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଲସଦା ଗାଁର ମଝିଆପଡ଼ା ମଝି ରାସ୍ତାରେ ଜମୁଛି ନର୍ଦ୍ଦମା ମଇଳା ପାଣି । ଫଳରେ ପଡ଼ାବାସୀ ନାହିଁ ନ ଥିବାର ଅସୁବିଧା ଭୋଗ କରୁଥିବା ସେମାନେ ଅଭିଯୋଗ କରୁଛନ୍ତି ।
ପଲସଦା ମଝିଆ ପଡ଼ାବାସୀ ଙ୍କ କହିବା ଅନୁଯାୟୀ ବୃହତ ପାନୀୟ ଜଳଯୋଗାଣ ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇଇବା ପାଣି ଯୋଗାଇବାକୁ ପାଇପ ବିଛାଇବା ନିମନ୍ତେ ଗାଁ ଦାଣ୍ଡରେ ଗାତ ଖୋଲିବା ସହ ଡ୍ରେନକୁ ମଧ୍ୟ ଉପାଡ଼ି ଦେଇଥିଲେ । ପରେ ପାଇପ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସମ୍ପୃକ୍ତ ଠିକାଦାର ଜଣକ ଉକ୍ତ ଡ୍ରେନକୁ ସେହିପରି ଖୋଲା ଭଗ୍ନ ଅବସ୍ଥାରେ ଛାଡ଼ି ଚାଲି ଯାଇଛନ୍ତି । ଯାହା ଦ୍ୱାରା ଗାଁର ସବୁ ମଇଳା ପାଣି ମଝିଦାଣ୍ଡରେ ଜମା ହୋଇ ରହୁଛି । ଫଳରେ ସେହି ରାସ୍ତା ଦେଇ ଯାତାୟାତ କରିବା ପଡ଼ାବାସୀଙ୍କ ପକ୍ଷେ ବହୁତ କଷ୍ଟସାଧ୍ୟ ହେଉଥିବା ଅଭିଯୋଗ କରୁଛନ୍ତି । ଉକ୍ତ ଖୋଲା ଭଗ୍ନ ଡ୍ରେନଙ୍କୁ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ଯଥାଶୀଘ୍ର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ
ସନ୍ତୋସିନୀ ସିଦାର, କମଳା କାଲୋ, ପ୍ରେମଶିଳା ତେଲେଙ୍ଗା, ପଦ୍ମା ସେଟ, ବେଦମତି ସା, ଶୋଭଦ୍ରା ମେହେର, ସୁଷମା କାଲୋ, ସନ୍ଥ ତେଲେଙ୍ଗା,ହେମବତୀ ସା, ଦୁଃଖୀ ମଝିଆ,ଶାନ୍ତି ତେଲେଙ୍ଗା, ଦୁଃଖଦେଇ ଭୂୟାଁ, ପଙ୍କଜିନି ତେଲେଙ୍ଗା, ଭୂମିସୁତା ତିହୀରିଆ, ସଂଯୁକ୍ତା ସାହୁଙ୍କ ସମେତ ସମସ୍ତ ମଝିଆ ପଡ଼ାବାସୀ ଦାବି କରିଛନ୍ତି ।

More Stories