Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତରେ ଖର୍ଚ୍ଚର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କୁ ନେଇ ଓଡିଶା ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି । ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚକୁ ନେଇ ଆଜି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି।

ପରିବହନ ମନ୍ତ୍ରୀ ଆହୁରି କହିଛନ୍ତି, ଜଣେ ବ୍ୟକ୍ତି ଯଦି ସର୍ବସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ନୁହେଁ। ଆମ ସରକାର ଏ କଥାକୁ ପୁରା ନଜର ରଖିଛନ୍ତି। ସରକାର ଶୂନ୍ୟ ଦୁର୍ନୀତି ନୀତିକୁ ଆପଣାଇଛନ୍ତି। ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ। ଏନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।

ଭି.କେ ପାଣ୍ଡିଆନ କୋଟି କୋଟି ଟଙ୍କା ହେଲିକପ୍ଟର ଗସ୍ତରେ ଖର୍ଚ୍ଚ କରିଥିବାର ଅଭିଯୋଗ ରହିଛି। ୨୦୧୩ ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ତିଆରି ହେଉଥିଲା।

ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନ ବିଜେଡି ସରକାର ସମୟରେ ରାଜ୍ୟ ସାରା ବୁଲି ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ପାଖାପାଖି ୬ ମାସ ବୁଲି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏଥିରେ କୋଟି କୋଟି ଟଙ୍କା ସରକାରୀ ରାଜସ୍ୱରେ ଖର୍ଚ୍ଚ ହେଉଥିଲା । ତାଙ୍କ ଗସ୍ତକୁ ନେଇ ରାଜନୀତି ଜୋର ଧରିଥିଲା । ବିଜେପି ଓ କଂଗ୍ରେସ ଏହାକୁ ନେଇ ବିଜେଡି ସରକାରକୁ ଘେରିଥିଲେ । ବିଧାନସଭାରେ ମଧ୍ୟ ଅନେକ ଥର ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ