ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ସମସ୍ତ ସ୍କୁଲରେ ଗୁଡ ମର୍ଣ୍ଣିଂ କହିବା ବଦଳରେ ଏବେ ଜୟ ହିନ୍ଦ କୁହାଯିବ । ଏମିତି ନିୟମ ହରିୟାଣା ରାଜ୍ୟରେ ଲାଗୁ ହେବାକୁ ଯାଉଛି । ଏକ ସରକାରୀ ଆଦେଶରେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ହରିୟାଣା ସରକାର ଦ୍ୱାରା ଆରମ୍ଭ କରାଯାଉଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ଛାତ୍ର-ଛାତ୍ରୀଙ୍କ ମନରେ ଦେଶଭକ୍ତି ଓ ରାଷ୍ଟ୍ରୀୟ ଗୌରବର ଭାବନା ଉତ୍ପନ କରିବା ।
ଆଦେଶରେ କୁହାଯାଇଛି ଯେ, ଜୟ ହିନ୍ଦ ନାରା ସୁଭାଷ ଚନ୍ଦ୍ର ବୋସ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଦେଇଥିଲେ । ସ୍ୱାଧୀନତା ଦିବସ ପରେ ସଶସ୍ତ୍ର ବଳ ଦ୍ୱାରା ଏହାକୁ ସଲାମୀ ଭାବେ ସ୍ୱୀକାର କରାଯାଇଥିଲା । ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଆଦେଶ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ପ୍ରାଥମିକ ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଯାଇଛି । ଯାହା ଫଳରେ ପିଲାଙ୍କ ମନରେ ଦେଶାତ୍ମ ଭାବନା ଉତ୍ପନ କରାଯାଇ ପାରିବ ।