ନୂଆଦିଲ୍ଲୀ: ସେନାରେ କାର୍ଯ୍ୟରତ ସହିଦ ଯବାନଙ୍କ ପରିବାରରରେ କାହାକୁ ମିଳିବ ପେନସନ ? କଂଗ୍ରେସ ସାଂସଦ ଇମରାନ ମସୁଦଙ୍କ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଶୁକ୍ରବାର ସଂସଦରେ ଜଣାଇଛନ୍ତି । ସରକାର କହିଛନ୍ତି ଏହା ଉପରେ ବିଚାର କରାଯାଉଛି ଯେ, ସହିଦଙ୍କ ପତ୍ନୀ ଏବଂ ବାପା-ମାଆଙ୍କ ମଧ୍ୟରେ ପେନସନ ରାଶି ବାଣ୍ଟି ଦିଆଯିବ ।
ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ସେଠ ଲୋକସଭାରେ ଏକ ଲିଖିତ ଜବାବରେ କହିଛନ୍ତି, ମାତା-ପିଆ ଓ ପତ୍ନୀଙ୍କ ମଧ୍ୟରେ ପେନସନ ରାଶିକୁ ବାଣ୍ଟି ଦିଆଯିବାର ପ୍ରସ୍ତାବ ମିଳିଛି ଏବଂ ଏହା ଉପରେ ବିରାର କରାଯାଉଛି । ସେନା ମଧ୍ୟ ଏହା ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି । ସହିଦ ସୈନିକଙ୍କ ମାତା-ପିଆ ପାଇଁ ଆଇନରେ ସଂଶୋଧନର ଦାବି କରାଯାଇଛି ।
ନିୟମ ଅନୁସାରେ ଗ୍ରାଚୁଟି, ପ୍ରଭିଡେଣ୍ଟ ଫଣ୍ଡ, ବୀମା ଓ ଏକ୍ସ ଗ୍ରେସିଆ ଅର୍ଥ ରାଶି ସହିଦ ଯବାନଙ୍କ ନୋମିନି କିମ୍ବା ତାଙ୍କ ନିକଟତମ ଲୋକଙ୍କୁ ଦିଆଯାଏ । ମାତ୍ର ବିବାହିତ ହେବା ସ୍ଥିତିର ସହିଦଙ୍କ ପତ୍ନୀଙ୍କୁ ପେନସନ ରାଶି ଦିଆଯାଏ ଏବଂ ଅବିବାହିତ ଯବାନଙ୍କ ମାତା-ପିତାଙ୍କୁ ପେନସନ ରାଶି ମିଳିଥାଏ ।