Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ସୋନପୁର : (ସୌମିତ୍ରି ମେହେର ) ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଜିଲ୍ଲାରେ ତା.୧୦ ରୁ ତା ୧୯ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ସକାଳେ ଜିଲ୍ଳାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀ, ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଙ୍କ ଦ୍ୱାରା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଭା ତରଫରୁ ଜିଲ୍ଲାର ତରଭାବ୍ଲକ ତରଭା ସହର ସ୍ଥିତ ରଥପଡା ନବଜ୍ୟୋତି କ୍ଳବ ପରିସରରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦୁର୍ଗାଦତ୍ତ ଦାସ,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ,ସ୍ୱାସ୍ଥ୍ୟ ଅଧିକାରୀ ସି ଏଚ ସି ଡାକ୍ତର କ୍ଷୀରୋଦ୍ର କୁମାର ମିଶ୍ର , ଡି ପି ଏମ ଏନ ଏଚ ଏମ ବିଶ୍ୱମ୍ବର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳତା ପାଇଁ ଅତିଥି ବୃନ୍ଦ ଗୁରୁତ୍ୱାରୋପ କରିବା ସହ ସମସ୍ତେ ନିଶ୍ଚୟ ଔଷଧ ଖାଇବା ଓ ଜିଲ୍ଲାକୁ ଫାଲେଇରିଆ ମୁକ୍ତ କରିବାକୁ ଆହ୍ୱାନ ଦେଇ ଜିଲ୍ଲାର କେହି ଜଣେ ବି ଯୋଗ୍ୟ ଲୋକ ଯେପରି ବାଦ ନ ପଡ଼ିବେ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ତତ ସହିତ ତରଭା ଅଞ୍ଚଳରେ ଏହି ଫାଇଲେରିଆ ସଂକ୍ରମଣ ବିଶେଷ ରହିଥିବାରୁ ଅଂଚଳରେ ସମସ୍ତ ଯୋଗ୍ୟ ବ୍ୟକ୍ତି ଏହି ସାମୁହିକ ଔଷଧ ସେବନ କରି କାର୍ଯ୍ୟକ୍ରମ କୁ ଶତ ପ୍ରତିଶତ ସଫଳ କରିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ ଦାସ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ସୂଚନା ପ୍ରଦାନ କରିଥିଲେ। ରୋଗର ଲକ୍ଷଣ, ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ଡ ସ୍ୱାଇଁ ସୂଚୀତ କରିଥିଲେ। ଏହି ଔଷଧ ସେବନ ଦ୍ୱାରା କୌଣସି ବି ପାର୍ଶ୍ଵ ପ୍ରତିକ୍ରିୟା ନ ଥିବା ସ୍ପଷ୍ଟ କରିବା ସହ ସମସ୍ତ ଯୋଗ୍ୟ ବ୍ୟକ୍ତି ସମ୍ପୃକ୍ତ ନିଜ ନିଜ ଅଂଚଳରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ଠାରୁ ନିଶ୍ଚିତ ଭାବେ ଔଷଧ ଖାଇବାକୁ କହିଛନ୍ତି । ଆମ ଜିଲ୍ଲାରେ ଅଗଷ୍ଟ ୧୦ ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲୁରହିବ l ଆଜି ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ସଭାପତି ନବଜ୍ୟୋତି କ୍ଳବ ତରଭା, ଅଙ୍ଗନୱାଡି କର୍ମୀ , ଆଶା ଦିଦି, ବିଭାଗୀୟ ଅଧିକାରୀ, ଜିଲ୍ଲାର ବରିଷ୍ଠ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ସାମୁହିକ ଔଷଧ ସେବନ କରିଥିଲେ l ଡିପିଏମ ବେହେରା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂଯୋଜକ ଫାଇଲେରିଆ ଜବକିମ୍ସନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ବୃନ୍ଦ ସାମୁହିକ ଔଷଧ ସେବନ କରିଥିବା ବେଳେ ଦୁଇ ଜଣ ଶିଶୁଙ୍କୁ ଅତିଥି ବୃନ୍ଦ କୃମିନାଶକ ଔଷଧ ସେବନ କରାଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ