Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁକୁର କବଳରୁ ମାଈ ହରିଣ ଜବତ

ବେଲଗୁଣ୍ଠା, 23/04,ଆଜି ଅପରାହ୍ଣରେ ଏକ ମାଈ ହରିଣ କୁ ଗାଙ୍ଗପୁର ବନବିଭାଗ ଅଧୀନସ୍ଥ ବୁଢାକେନ୍ଦୁ ଜଙ୍ଗଲର ଦୁମୁଦୂମି ନିକଟରେ କିଛି ବୁଲା କୁକୁର ଗୋଡ଼େଇ ଗୋଡ଼େଇ ଆକ୍ରମଣ କରୁଥିବା ପାଲକଷଣ୍ଢାର କିଛି ଯୁବକ ଦେଖିଥିଲେ I ସେହି ଯୁବକମାନେ କୁକୁର ଗୁଡ଼ିକୁ ସେଠାରୁ ଘଉଡ଼ାଇବା ସହ ଆହତ ହରିଣଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ I ଖବର ପାଇ ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବନରକ୍ଷୀ ପୁଷ୍ପାଞ୍ଜଳିଙ୍କ ନେତୃତ୍ୱରେ ବନ କର୍ମଚାରୀମନେ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣଟିକୁ ଗୋବରା ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ସେଠାରେ ପ୍ରାଣୀଧନ ନୀରିକ୍ଷକ ପ୍ରଫୁଲ୍ଲ କୁମାର ପୋଲାଇ ହରିଣଟିର ପ୍ରାଥମିକ ଚିକିତ୍ସା କରିଥିଲେ I ହରିଣଟି ବର୍ତ୍ତମାନ ବିପଦମୁକ୍ତ ଥିବାବେଳେ ତାକୁ ଦୁଇଦିନ ବିଶ୍ରାମର ଆବଶ୍ୟକ ଅଛି ବୋଲି ପ୍ରାଣୀଧନ ନୀରିକ୍ଷକ ଶ୍ରୀ ପୋଲାଇ ପ୍ରକାଶ କରିଛନ୍ତି I ହରିଣଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନପାଳ ଶ୍ରୀ ତ୍ରିପାଠି ସୂଚନା ଦେଇଛନ୍ତି I