Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିପଦ ସଙ୍କୁଳ ଅବସ୍ଥାରେ ପଟାଭାଡି କୋଶଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ସ୍ଥିତ ବିଦ୍ୟୁତ ଟ୍ରାନ୍ସଫର୍ମର

ସୋନପୁର : ବାରମ୍ବାର ଅଭିଯୋଗ ସତ୍ତ୍ବେ ନିର୍ମାଣ ହେଉନାହିଁ ସୁରକ୍ଷା ବାଡ କି ଜନବସତି ର ଭିଡ ମଧ୍ୟରୁ ଅପସାରଣ କରାଯାଉନାହିଁ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର୍ । ସୋନପୁର ସହରର ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ମାରୁତି ନଗରରେ ଥିବା ଟ୍ରାନ୍ସଫର୍ମର ଅସୁରକ୍ଷିତ ଅବସ୍ଥାରେ ରହିଥିବା ସତ୍ବେ ଅତି ଖାମଖିଆଲି ଭାବରେ ଏ କଥା କୁ ନେଉଛି ବିଦ୍ୟୁତ ବିଭାଗ । ଟାଟା ପାୱାର ହାତକୁ ନେବା ପରେ ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବା ନେଇ ଆଶା ବାନ୍ଧିଥିବା ଅଞ୍ଚଳ ବାସୀ ଏବେ ନିରାଶ୍ରୟ ହୋଇଥିବା ଦେଖିବାକୁ ମିଳିଛି । ଟ୍ରାନ୍ସଫର୍ମର ର ସୁରକ୍ଷା ବାଡ ଦିଆଯାଇ ନ ଥିବା ହେତୁ କେତେବେଳେ ଯେ କିଛି ଅଘଟଣ ନଘଟିବ ଏହାର କୈ।ଣସି ଗ୍ୟାରେଣ୍ଟି ନାହିଁ। ଉକ୍ତ ଟ୍ରାନ୍ସଫର୍ମରଟି ଘର ପାଖରେ ତଥା ରାସ୍ତା ପାର୍ଶ୍ୱକୁ ଲାଗିଥିବାରୁ ବିଭିନ୍ନ ସମୟରେ ଲୋକେ ଯିବା ଆସିବା କରନ୍ତି। ତେଣୁ ଟ୍ରାନ୍ସଫର୍ମରଟି ମୁକୁଳା ପଡିଥିବାରୁ କେତେବେଳେ ଯେ କିଛି ଅଘଟଣ ଘଟି ଗୋରୁ ଗାଈ ମଣିଷ ଙ୍କ ଅମୂଲ୍ୟ ଜୀବନ ଚାଲିଯିବ ତାହା କହିହେବ ନାହିଁ। ଏବେ ବର୍ଷା ଦିନ ଯୋଗୁଁ ଟ୍ରାନ୍ସଫର୍ମରଟି ଲଟାବୁଦାରେ ଭରି ରହିଛି । ତଳୁ ମାତ୍ର ୩/୪ ଫୁଟ ଉଚ୍ଚରେ ଏହି ଟ୍ରାନ୍ସଫର୍ମରଟି ରହିଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୁଷ୍ଟି ଦେଇ ତୁରନ୍ତ ଏହାକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଓ ଶିଘ୍ର ସୁରକ୍ଷା ବାଡ ଦେବାକୁ ମାରୁତି ନଗରବାସୀ ଦାବି କରୁଛନ୍ତି।