Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଚାରି ଜଣ

ବୀରମହାରାଜପୁର : (ସୌମିତ୍ରି ମେହେର) ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇବେ ୪ ଓଡିଆ ଖେଳାଳୀ । ଥାଇଲାଣ୍ଡ ର ଆସୁମସନ ବିଶ୍ୱବିଦ୍ୟାଳୟ ବେଙ୍ଗକକ୍ ଠାରେ ଅନୁଷ୍ଠିତ ହେଉଥିବା ୭ମ ହିରୋସ କପ ଆନ୍ତର୍ଜାତୀୟ ତାଇକଣ୍ଡୋ ଚମ୍ପିଆନସିପ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଏହେସାସ ତାଇକଣ୍ଡୋ ଏକାଡେମୀର ୪ ଖେଳାଳୀ । ଆର୍ନ୍ତଜାତୀୟ ତାଇକଣ୍ଡୋ ଖେଳାଳୀ ତଥା ଭାରତୀୟ ଦଳର କୋଚ ଏହେସାସ ହୋତାଙ୍କ ନେତୃତ୍ୱରେ ଏହି ଟିମ ଆଜି ବେଙ୍ଗକକ୍ ରେ ପଂହଚିଥିବାବେଳେ ଏହି ଟିମରେ ସବ ଜୁନିଅର ( ମହିଳା) ତାସା ନାୟକ, ସବ ଜୁନିଅର ( ମହିଳା) ବର୍ଗରେ ତନୟା ଦାଶ ପଟ୍ଟନାୟକ , ଜୁନିଅର (ମହିଳା) ଅନୁସ୍କା ଦାଶ ଏବଂ ସିନିଅର ( ପୁରୁଷ) ବର୍ଗରେ ବିଶ୍ୱରଂଜନ ସାହୁ ଯୋଗଦେଇଛନ୍ତି । ଏହି ପ୍ରତିଯୋଗିତାରେ ୩୦ ଗୋଟି ଦେଶର ୩ ହଜାର ଜଣ ଖେଳାଳୀ ବିଭିନ୍ନ ବର୍ଗରେ ଭାଗନେଇଛନ୍ତି । ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଥାଇଲାଣ୍ଡ ଗସ୍ତରେ ଥିବା ଏହି ଖେଳାଳୀଙ୍କ ସଫଳତା ପାଇଁ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜିଲ୍ଲା କ୍ରୀଡା ଅଧିକାରୀ ଚିତରଂଜନ ମିଶ୍ର , ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ , ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା , ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶଦାତା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।