Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଜ୍ରପାତରେ କ୍ଷୀରପୁର୍ ଗ୍ରାମ ଅମିତାଭ ଭୋଇ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷୀରପୁର ଗ୍ରାମ ର ଅମିତାଭ ଭୋଇ  (35) ବଜ୍ରପାତ ଯୋଗୁଁ ଆହାତ ହୋଇ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ ଜମି ରୁ  ଚାଷକାମ ସାରି  ଘର କୁ ଫେରୁ ଥିବା ବେଳେ ରାସ୍ତା ରେ  ପ୍ରବଳ ବର୍ଷା ସହ  ବଜ୍ରପାତ  ହୋଇ ଥିଲା  l ଅମିତାଭ ଙ୍କ ହାତ ରେ ବଜ୍ରାଘାତ ହେବାରୁ ଘଟଣା ସ୍ଥଳ ରେ  ଗୁରୁତର ହୋଇ ପଡ଼ି ଥିଲେ l ନିକଟରେ ଥିବା ଅନ୍ୟ ଲୋକ ଘଟଣା ସ୍ଥଳ ରୁ ଉଦ୍ଧାର କରି ଏକ ବାଇକ ଯୋଗେ କିଛି ଦୂର ଆଡ଼ିଆପଡା ପର୍ଯ୍ୟନ୍ତ ଆଣି ଥିଲେ l  ଆମ୍ବୁଲାନ୍ସ କୁ ଫୋନ କରିବାରୁ ଆମ୍ବୁଲାନ୍ସ ବିଳମ୍ବ ରେ ପହଂଚିବା ରୁ ବାଧ୍ୟ୍ୟ ହୋଇ ଏକ ଘରୋଇ ବାଲେରୋ ଗାଡି ରେ ସୋନପୁର ଡାକ୍ତରଖାନା କୁ ନେଇଥିଲେ  I  ଚିକତ୍ସା  ପରେ ଉନ୍ନତି ନ ହେବାରୁ ତାଙ୍କୁ ବୁର୍ଲା କୁ ପରିବାର ଲୋକେ ନେଇଥିବା ସୂଚନା ମିଳିଛି   l ଅମିତାଭ ଜଣେ ଗରିବ ଶ୍ରେଣୀ ର ହୋଇଥିବାରୁ ପ୍ରଶାସନ ପକ୍ଷରୁ ସହଯୋଗ ଦାବି ହେଉଛି l