Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ଝାରସୁଗୁଡା ୧୨/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ନାଚେନମୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭୋଗଦେଵ ପାଢ଼ୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ଅବସରରେ ରବିବାର ଦିନ ବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ଭିକମପାଲି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଖମାରୀ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୁଖ୍ୟବକ୍ତା ଏବଂ ଶିକ୍ଷାବିଦ ହେମଚନ୍ଦ୍ର ଖମାରୀ, କତରବଗା ସିଆରସିସି ନିଳାମ୍ବର ଅର୍ଗଳ,ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ମେହେର, ମୁରଲୀଧର ବିଶ୍ଵାଳ ଓ ଅମୂଲ୍ୟ ନାଥ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ପ୍ରାରମ୍ଭରେ ମା ସରସ୍ଵତୀଙ୍କ ଫଟୋ ଚିତ୍ର ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଅବସର ଗ୍ରହଣ କରିଥିବା ସହକାରୀ ଶିକ୍ଷକ ଶ୍ରୀ ପାଢ଼ୀ ଙ୍କୁ ସମସ୍ତ ଛାତ୍ରଛାତ୍ରୀ ଗୁରୁ ପୂଜନ କରିବା ସହ ଉପଢୌକନ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସା ମାନପତ୍ର ପଠନ କରିଥିବା ବେଳେ ପାରେଶ୍ବର ବିଶ୍ଵାଳ ମଞ୍ଚ ସଞ୍ଚାଳନ କରିଥିଲେ । ମହାସିଂ କ୍ଲଷ୍ଟର ସିଆରସିସି ରବିନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମେତ ସମସ୍ତ ସଦସ୍ୟ, ସଦସ୍ୟା,ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

More Stories