Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା; ଝାରସୁଗୁଡା ଉପନିର୍ବାଚନ

ଝାରସୁଗୁଡା: ପାଖେଇ ଆସୁଛି ନିର୍ବାଚନ। ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ। ତେଜୁଛି ନିର୍ବାଚନୀ ତାତି। ଜମୁଛି ପ୍ରଚାର। ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ମରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଏହାପରେ ଆହୁରି ଜମିବ ପ୍ରଚାର । ପ୍ରଚାର ପାଇଁ ହେଲାଣି ଜୋରଦାର ପ୍ରସ୍ତୁତି।

ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଏବେ ପ୍ରଚାରରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦିନକୁ ଦିନ ଦଳ ଆହୁରି ସୁଦୃଢ ହେବାରେ ଲାଗିଛି । ଗତକାଲି ବିଜେପିର ଷ୍ଟାର ପ୍ରଚାରକ ତଥା ଗତ ନିର୍ବାଚନରେ ପୌରାଧ୍ୟକ୍ଷ ପ୍ରାର୍ଥୀ ଥିବା ତ୍ରିନାଥ ଗୁଆଲ ବିଜେଡିରେ ମିଶିବା ପରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ