Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବର୍ଣ୍ଣପୁର ଜିଲ୍ଲା ରେ ହର ଘର ତ୍ରିରଙ୍ଗା ଅଭିଯାନ

ସୋନପୁର : (ସୌମିତ୍ରି ମେହେର) ଚଳିତବର୍ଷ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲାରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ ତଥା ସବୁବର୍ଗର ଜନସାଧାରଣ ଙ୍କୁ ଏହି ମହତ ତଥା ଜାତୀୟ ପର୍ବରେ ସାମିଲ ପୂର୍ବକ ଜାତୀୟତାବୋଧ ରେ ଉଦବୁଦ୍ଧ କରାଯାଇପାରିବ , ସେଥିପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ବିଡ଼ିଓ , ସଂସ୍କୃତି ଅଧିକାରୀ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ନିର୍ବାହୀ ଅଧିକାରୀ ପୌର ପରିଷଦ, ଡି ପି ସି ମିଶନ ଶକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ l ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମେହେର ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମର ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅଗଷ୍ଟ ୧୩ ତାରିଖ ଦିନ ସକାଳ ୮ଟାରେ ରୋୟାଲ ପଡିଆ ଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ଅଧ୍ୟାପକ ଅଧ୍ୟlପିକା ପ୍ରମୁଖଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ କରାଯିବ। ଅଗଷ୍ଟ ୧୪ ତାରିଖରେ ଜିଲ୍ଲା ସ୍ତର , ବ୍ଲକସ୍ତର ଓ ପଂଚାୟତ ସ୍ତରରେ ମିଶନ ଶକ୍ତି ମାଁ ମାନଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେବ l ତତସହ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ଅଧିକାରୀ କର୍ମଚାରୀ ସହ ବିଭିନ୍ନ ସାମାଜିକ, କ୍ରୀଡା ଅନୁଷ୍ଠାନ, ସଂସ୍କୃତି ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ନେଇ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଅଗଷ୍ଟ ୧୫ ତାରିଖ ଦିନ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସର ରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ରାମେଶ୍ୱର ଷ୍ଟାଡିୟମ ଠାରେ ଜିଲ୍ଲାର ଛାତ୍ର ଛାତ୍ରୀ , ଅଧିକାରୀ , ଜନସାଧାରଣ ନିମନ୍ତ୍ରିତ ଅତିଥି ବୃନ୍ଦ ହର ଘର ତ୍ରିରଙ୍ଗା କାନଭାସ୍‌ରେ ଜୟ ହିନ୍ଦ/ ହର ଘର ତ୍ରିରଙ୍ଗା ଲେଖିବା ସହ ପ୍ରସ୍ତୁତ ସେଲ୍ଫି ପଏଣ୍ଟ ରେ ଜାତୀୟ ପତାକା ସହ ସେଲ୍ଫି ଉଠାଇ ନିଜର ସେଲ୍ଫି ଫୋଟୋ www.harghartriranga.com ରେ ଅପଲୋଡ଼ କରିବେ ଓ ସମସ୍ତେ ପଡିଆ ଠାରୁ ସୁରେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରା ରେ ସାମିଲ ହେବେ । ମିଶନ ଶକ୍ତି ବିଭାଗର ବ୍ଲକ ଫେଡେରେସନ ଙ୍କ ଦ୍ୱାରା ଜିଲ୍ଲାର ପ୍ରତି ଘରକୁ ୧୨ ତାରଖ ରୁ ତ୍ରିରଙ୍ଗା ପତାକା ବଣ୍ଟନ କରିବେ, ଯାହା କି ଜନସାଧାରଣ ନିଜ ଘରେ ଜାତୀୟ ପତାକାକୁ ଲଗାଇବା ସହ ଫୋଟୋ /ସେଲ୍ଫି ଉଦ୍ଧିଷ୍ଟ ସାଇଟ ରେ ଉପଲୋଡ କରିବେ l ପୁନଶ୍ଚ ଅଗଷ୍ଟ ୧୫ ତାରିଖ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ଵାଧୀନତା ସଂଗ୍ରାମୀ/ ଜିଲ୍ଲାର ପଦ୍ମ ପୁରସ୍କାର / ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ଦିବସର ମୁଖ୍ୟଅତିଥି ପେରେଡ ପଡିଆରେ ସମ୍ବର୍ଦ୍ଧିତ କରିବେ। ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ସୋନପୁର ନୂତନ ଟାଉନ ହଲ ପରିସରରେ ଜିଲ୍ଲା ସ୍ତରୀୟ ଦେଶାତ୍ମବୋଧକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ l କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସ୍କୃତିକ ଦଳ, ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ତ୍ରିରଙ୍ଗା ଜନ୍‌ସଟ ଆୟୋଜନ କରାଯିବ। ଉକ୍ତ ଦିନ ସକାଳେ ପେରେଡ ପଡିଆରେ ଓ ସନ୍ଧ୍ୟାରେ ଟାଉନ ହଲ ଠାରେ ବରପୁତ୍ର ମାନଙ୍କୁ ଆମର ଉତ୍ତରପୀଢ଼ି ଯେପରି ଜାଣିବେ ସେଥିପାଇଁ ସଂକ୍ଷିପ୍ତ ତଥ୍ୟ ସହ ବରପୁତ୍ର ଙ୍କ ଫୋଟୋ ଲଗାଯିବ। ସେହିପରି ବ୍ଲକ ସ୍ତରରେ ମଧ୍ୟ ସମସ୍ତ ବିଡିଓମାନେ ଏ ସମ୍ପର୍କରେ ବ୍ଲକ ସ୍ତର ସହ ପଂଚାୟତ ସ୍ତରୀୟ କର୍ମଚାରୀ ମାନଙ୍କ ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କୁ ମାଇକ, ବ୍ୟାନର, ଷ୍ଟାଣ୍ଡି ପ୍ରଦର୍ଶନ ମାଧମରେ ପ୍ରତ୍ୟେକ ପଞ୍ଚାୟତରେ ସଚେତନ କରାଇବା ସହ ସମସ୍ତଙ୍କୁ ସାମିଲ କରି ନିଜ ନିଜ ସ୍ତରରେ ଆବଶ୍ୟକ ତ୍ରିରଙ୍ଗା ରାଲି , ତ୍ରିରଙ୍ଗା ଯାତ୍ରା , ତ୍ରିରଙ୍ଗା କନ୍ସର୍ଟ ପ୍ରଭୁତି ଅନୁଷ୍ଠିତ କରିବେ ଓ ସମସ୍ତ କାର୍ଯ୍ୟକ୍ରମର ଫୋଟୋ ଓ ଭିଡିଓ ଉଦ୍ଧିଷ୍ଟ ୱେବ ସାଇଟ ରେ ଅପଲୋଡ଼ କରିବାକୁ ନିର୍ଦେଶ ଦିଆଯାଇଛି । ପୁନଶ୍ଚ ବ୍ଲକ ଓ ସହରାଞ୍ଚଳରେ ସମ୍ପୃକ୍ତ ବିଡ଼ିଓ ଏବଂ ନିର୍ବାହୀ ଅଧିକାରୀ ଅଗଷ୍ଟ ୧୫ ଭୋର ୪. ୩୦ ରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ନିଜ ନିଜ ଅଂଚଳରେ ମାଇକ ଯୋଗେ ପ୍ରଭାତ ଫେରୀ ଆୟୋଜନ କରିବେ l ଜିଲ୍ଲାର ଘରେ ଘରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ଜାତୀୟ ପତାକା ବିତରଣ କରାଯିବ। ଆମ ଜିଲ୍ଲାରେ ୬୬ ହଜାର ତ୍ରିରଙ୍ଗା ପତାକା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇ ବ୍ଲକ ଅନୁସାରେ ବଣ୍ଟନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ତରଭା ବ୍ଲକ ଠାରେ ବ୍ଲକ ସ୍ତରୀୟ ତ୍ରିରଙ୍ଗା ପତାକା ଶୁଭ ବଣ୍ଟନର ଶୁଭାରମ୍ଭ ଜିଲ୍ଲାପାଳ ଅନ୍ୟା ଦାସ କରିଥିବାବେଳେ ବ୍ଲକ ମିଶନ ଶକ୍ତି ଫେଡେରେସନ ର ତ୍ରିରଙ୍ଗା ରାଲି ର ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ତ୍ରିରଙ୍ଗା କାନଭାସ ରେ ଜିଲ୍ଲାପାଳ ଶ୍ରୀମତୀ ଦାସ ତଥା ସମସ୍ତ ଜିଲ୍ଲା ଅଧିକାରୀ , ବ୍ଲକ କାର୍ଯ୍ୟକର୍ତ୍ତା , ମିଶନ ଶକ୍ତି ସଦସ୍ୟା ପ୍ରମୁଖ ଘରେ ଘରେ ତ୍ରିରଙ୍ଗା / ଜୟ ହିନ୍ଦ ଲେଖିବା ସହିତ ଦସ୍ତଖତ ପ୍ରଦାନ କରିଥିଲେ।