Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶପ୍ରେମ ରଙ୍ଗ ରେ ଝଲସିଲା ଘର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ।

କଳାହାଣ୍ଡି:୧୩/୦୮
ଭାରତ ବର୍ଷ ର ୭୮ ତମ ସ୍ୱାଧୀନତା ଦିବସ ପୁର୍ତ୍ତୀ ଅବସର ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ସାରା ଦେଶରେ ପାଳନ କରିବାକୁ ନିର୍ଦେଶ ଜାରି କରିଥିବା ବ ବେଳେ ମଙ୍ଗଳବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ମହା ଆଡମ୍ବରରେ ପାଳନ କରାଯାଇଛି। କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ତ୍ରିରଙ୍ଗା ଯାତ୍ରା ଆମ ଭାରତୀୟ ଙ୍କ ବିକଶିତ ଭାରତ ର ଅସ୍ମିତା କୁ ବିଶ୍ବ ଦରବାରରେ ଗୌରାବାନ୍ୱିତ କରିବା ସହ ଆମ ଦେଶବାସୀ ଙ୍କ ଏକତା ର ପ୍ରତୀକ ହେବ ବୋଲି ମତ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ତହସିଲଦାର ନବୀନ କିଶୋର ପାଢ଼ୀ ସମେତ ସ୍ନାତକ ମହାବିଦ୍ୟାଳୟ ର ଏନସିସି, ଏନଏସଏସ,କଲେଜ ଛାତ୍ରଛାତ୍ରୀ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ,ଭାରତୀୟ ଜନତା ପାର୍ଟି ର ଶତାଧିକ କର୍ମକର୍ତ୍ତା ମାନେ ତ୍ରିରଙ୍ଗା ଯାତ୍ରା ରେ ଏକ ବିରାଟ ଶୋଭାଯାତ୍ରାରେ କୋକସରା ବ୍ଲକ ପରିସର ରୁ ସହର ପରିକ୍ରମା କରି ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ନାରା ଦେଇ ୭୮ ତମ ସ୍ୱାଧୀନତା ଦିବସ ଅବସର ରେ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଲଗାଇ ଜଣେ ସଚେତନ ଭାରତୀୟ ନାଗରିକ ଦାୟିତ୍ୱ ନିର୍ବାହ କରିବାକୁ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିବା ବେଳେ ଶୋଭାଯାତ୍ରାରେ ତ୍ରିରଙ୍ଗା ଯାତ୍ରା କୁ ସ୍କୁଲ ଛାତ୍ରଛାତ୍ରୀ ମାନେ ନିଜ ନିଜ ଶିକ୍ଷାନୁଷ୍ଠାନ ନିକଟରେ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ।

More Stories