Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ରେ ତେଜିଲା ରୋହିଙ୍ଗା ମୁସଲମାନ ଙ୍କୁ ବିତାଡିତ କରିବା ପାଇଁ ଆନ୍ଦୋଳନ।

କଳାହାଣ୍ଡି:୧୫/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଲଡୁଗାଁ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳି। ଲଡୁଗାଁ ରେ ଅନେକ ଶିଳ୍ପାନୁଷ୍ଠାନ ଓ କଳ କାରଖାନା ରହିଥିବା ବେଳେ ଦ୍ରୁତ ଗତିରେ ସହର ବଢୁଥିବା ସହର ରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବିଲଡିଂ କାର୍ଯ୍ୟ ରେ ଅନେକ ବାଙ୍ଗଳାଦେଶୀ ରୋହିଙ୍ଗା ମୁସଲମାନ ସଂପ୍ରଦାୟର ଶ୍ରମିକ ମାନେ ନିୟୋଜିତ ରହିଛନ୍ତି।ଏହି ରୋହିଙ୍ଗା ମୁସଲମାନ ମାନେ ପୂର୍ବରୁ ଓଡିଶା ର ବିଭିନ୍ନ ଜିଲ୍ଲାରେ ଅନୁପ୍ରବେଶ କରି ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳ କାରଖାନା ରେ ଶ୍ରମିକ ଭାବେ ନିୟୋଜିତ ରହିଛନ୍ତି।ତେବେ ଗତ କିଛି ଦିନ ତଳେ ପଡୋଶୀ ବାଙ୍ଗଳାଦେଶ ରେ ରାଜନୀତି ଅସ୍ଥିରତା ଲାଗି ରହିଥିବା ବେଳେ ବାଙ୍ଗଳାଦେଶ ରେ ହିନ୍ଦୁ ଧର୍ମର ଲୋକଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା ନେଇ ବିଭିନ୍ନ ସୋସିଆଲ ମିଡିଆ ରେ ଚିତ୍ର ଦେଖିବାକୁ ମିଳୁଛି। ହିନ୍ଦୁ ଧର୍ମାବଲମ୍ବୀ ଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ରେ ବ୍ୟଥିତ ହୋଇ ଭାରତୀୟ ଓ ଓଡିଶା ରାଜ୍ୟର ନାଗରିକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହି ଘଟଣା କୁ ନେଇ କୋକସରା ବ୍ଲକ ର ଲଡୁଗାଁ ଠାରେ ଏକ ବୈଠକ ଗ୍ରାମବାସୀ ଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ର ଲଡୁଗାଁ ସହର ରେ ଅନାଧିକୃତ ଭାବେ ରହିଥିବା ବାଙ୍ଗଳାଦେଶୀ ରୋହିଙ୍ଗା ମୁସଲମାନଙ୍କୁ ଲଡୁଗାଁ ସହର ରୁ ବିତାଡିତ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଲଡୁଗାଁ ଗ୍ରାମର ସଚେତନ ନାଗରିକ ମାନେ ଉପସ୍ଥିତ ରହି ଦେଶ ରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା କୁ ନେଇ ଉଦବେଗ ପ୍ରକାଶ ସହ ଅନାଧିକୃତ ଭାବେ ଲଡୁଗାଁ ସହର ର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଘରୋଇ ମିସ୍ତ୍ରୀ ଭାବେ ରହୁଥିବା ରୋହିଙ୍ଗା ମୁସଲମାନ ଙ୍କୁ ଶାନ୍ତି ପୂର୍ଣ ଭାବେ ସହର ଛାଡି ଚାଲି ଯିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମ ରେ ଲଡୁଗାଁ ସହର ର ଜନ ପ୍ରତିନିଧି ଓ ସଚେତନ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।