Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।

କଳାହାଣ୍ଡି:୧୬/୦୮
କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ଦଳ କୋକସରା ବ୍ଲକ କୋକସରା ମଣ୍ଡଳ ପକ୍ଷରୁ ଦଲୀୟ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଭୁତପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ମଣ୍ଡଳ ଉପ ସଭାପତି ମୁକୁନ୍ଦ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର କୃଷକ ମୋର୍ଚ୍ଚା ସଭାପତି ବିପିନ ବିହାରୀ ମହାରଣା,ସମ୍ପାଦକ ମୋତିଲାଲ ନାଏକ, ପ୍ରମୋଦ କୁମାର ପ୍ରଧାନୀ ଭାବଗ୍ରାହୀ ପ୍ରଧାନୀ,ସୁଶିଲ କୁମାର ପାଢ଼ୀ,ଧର୍ମାନନ୍ଦ ନେଗି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବସନ୍ତ ନାଗ, ନବୀନ ପ୍ରଧାନି ଦେବିସିଂ କେତକୀ ସାରଳା ପ୍ରଧାନି ପ୍ରମୁଖ ଉପସ୍ଥିତ ରହି ଭାରତ ରତ୍ନ ଅଟଳ ଜି ଙ୍କ ସ୍ମୃତିକୁ ଉଜାଗର କରିବା ସହ ଭାରତୀୟ ଦେଶବାସୀ ଙ୍କୁ ଅଟଳ ଜି ଙ୍କ ବଳିଦାନ ଓ ତ୍ୟାଗ ବିଷୟରେ ସ୍ମୃତି ଅବଲୋକନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସେହିପରି ଆମପାଣି ମଣ୍ଡଳ ରେ ମଣ୍ଡଳ ସଭାପତି।ଅର୍ଜୁନ ଭାଟି ଓ ସମ୍ପାଦକ ମଧୁବନ ପାତ୍ର ଓ ମୋଟେର ମଣ୍ଡଳ ରେ ମଣ୍ଡଳ ସଭାପତି ସ୍ୱୟଂବର ବାଗ ଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

More Stories