କଳାହାଣ୍ଡି:୧୬/୦୮
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁ ୫ ଟି କାମରେ ମହା ଦୁର୍ନୀତି ହୋଇଥିବା ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ଦୋଳନ ହୋଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଗତ ବିଜେଡି ସରକାର କାର୍ଯ୍ୟକାଳରେ ଏହି କଲେଜର ରୂପାନ୍ତର ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କାମଟି ଟେଣ୍ଡର ମାଧ୍ୟମରେ ହୋଇଥିଲା । ହେଲେ କାମଟି ୨୦୨୪ ସୁଦ୍ଧା ଶେଷ ହେବାକୁ ଥିବା ବେଳେ କାର୍ଯ୍ୟନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ଗୋଲାମୁଣ୍ଡା ଙ୍କ ଦ୍ୱାରା ହେଉଥିବା ସୂଚନା ଫଳକରେ ଦର୍ଶାଯାଇଛି । କାମ ଆରମ୍ବ ହୋଇ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ୨୦ ଶତକଡା କାମ ହୋଇ ନ ଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । କଲେଜର ଛାତକୁ ଗ୍ରେଡିଂ କରାଯାଇଥିବା ବେଳେ ଏବେବି ପାଣି ଝରୁଛି, ନୁଆଁ ବେଞ୍ଚ ଡେ଼କ୍ସ ଅଣା ଯାଇଥିବା ବେଳେ ତାହା ମଧ୍ୟ ଭାଙ୍ଗି ଗଲାଣି । ନିମ୍ନମାନ କାମ ନେଇ ପୂର୍ବରୁ କଲେଜ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ପୂର୍ବତନ ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଅଭିଯୋଗ କରିଥିବା ବେଳେ ଏହି କାମ ଉପରେ ଆପଣମାନେ କାହିଁକି ମୁଣ୍ଡ ପୁରାଉଛନ୍ତି ଆପଣଙ୍କ ପାଠପଢା କାମ କରନ୍ତୁ ଆମେ ଆମ କାମ କରୁଛୁ ବୋଲି କଲେଜ ଅଧ୍ୟକ୍ଷମାନେ ପ୍ରକାଶ କରିଥିଲେ । ଏ ନେଇ ମାସେ ପୂର୍ବରୁ କଳାହାଣ୍ଡି ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ତଥାପି ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ଉତ୍ତର ମିଳଳା ନାହିଁ । ଆଜି କଲେଜର ସମସ୍ତ ଛାତ୍ରଛାତ୍ରୀ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ ଘଟଣା ସ୍ଥଳରେ ପହଁଚି କଲେଜର କାମ ଉପରେ ତଦନ୍ତ କରି କଲେଜ କତୃପକ୍ଷଙ୍କ ସହ ଏକ କମିଟି ଗଠନ କରିଥିଲେ । କମିଟି ମାଧ୍ୟମରେ ଉନ୍ନତ ମାନର କାମ ହେବ ଏବଂ ଟଙ୍କା ପୈଠ କରିବେ ବ୍ଲକ ପ୍ରଶାସନ ଏ ନେଇ ବିଡ଼ିଓ ଛାତ୍ରଛାତ୍ରୀଙ୍କୁ ଲିଖିତ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ହଟିଥିଲେ ।