Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୫୦ ନଟଆଉଟ୍ ! ଏମିତି କିଛି ନିଜର ଜନ୍ମଦିନ ପାଳନ କରୁଛନ୍ତି ସଚିନ ତେନ୍ଦୁଲକର, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏପ୍ରିଲ ୨୪ ଅର୍ଥାତ ଆଜି ନିଜର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତରେ ସଚିନଙ୍କୁ କ୍ରିକେଟର ଭଗବାନ କୁହାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟିଂରେ ସମସ୍ତ ରେକର୍ଡ ମାଷ୍ଟର ବ୍ଲାଷ୍ଟରଙ୍କ ନାମରେ ରହିଛି। ଶତକର ଶତକ ମାରିବାରେ ସଚିନ ଦୁନିଆର ଏକମାତ୍ର ବ୍ୟାଟର। ତାଙ୍କ ଖାତାରେ ୫୧ ଟେଷ୍ଟ ଏବଂ ଦିନିକିଆରେ ୪୯ ଦିନିକିଆ ଶତକ ରହିଛି।

ସଚିନ ତେନ୍ଦୁଲକର ନିଜର ୫୦ତମ ଜନ୍ମଦିନର ସୁଇମିଂ ପୁଲ କୂଳରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇ ଚା ସହ ଅାରମ୍ଭ କରିଛନ୍ତି। ଏହାର ଫଟୋକୁ ସେ ନିଜର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ‘ଟି ଟାଇମ: ୫୦ ନଟଆଉଟ୍ ‘। ଉଲ୍ଲେଖନୀୟ ସଚିନ ତେନ୍ଦୁଲକରଙ୍କ ଜନ୍ମ ୧୯୭୩ ଏପ୍ରିଲ ୨୪ରେ ମୁମ୍ବାଇରେ ହୋଇଥିଲା।

ଏହି ମହାନ ବ୍ୟାଟରଙ୍କ ପାଇଁ ୫୦ତମ ଜନ୍ମଦିନ ଏଥିପାଇଁ ଖାସ୍ କାରଣ ଚଳିତ ଆଇପିଏଲରେ ପୁଅ ଅର୍ଜୁନ ତେନ୍ଦୁଲକର ଆଇପିଏଲରେ ପଦାର୍ପଣ କରିଛନ୍ତି। ଆଇପିଏଲରେ ଅର୍ଜୁନ ଗତ କିଛି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ସଦସ୍ୟ ଥିଲେ। ମାତ୍ର ତାଙ୍କୁ ଚୂଡାନ୍ତ ଏକାଦଶରେ ପ୍ରଥମ ଥର ସୁଯୋଗ ମିଳିଛି। ସଚିନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ସାରିଛନ୍ତି ଏବଂ ଆଜି ବି ଦଳରେ ଜଡିତ ଅଛନ୍ତି।

ସଚିନ ତେନ୍ଦୁଲକର ୨୦୦ ଟେଷ୍ଟ ମ୍ୟାଚରେ ୫୩.୭୮ ହାରରେ ମୋଟ୍ ୧୫,୯୨୧ ରନ କରିଛନ୍ତି। ସେହିପରି ୪୬୩ ଦିନିକିଆରେ ୪୪.୮୩ ହାରରେ ୧୮,୪୨୬ ରନ କରିଛନ୍ତି। ଉଭୟ ଫର୍ମାଟରେ ସର୍ବାଧିକ ଶତକ ମାରିବାର ରେକର୍ଡ ସଚିନଙ୍କ ନାମରେ ରହିଛି। ଦିନିକିଆରେ ସେ ପ୍ରଥମ ବ୍ୟାଟର ଭାବେ ଦ୍ଵିଶତକ ଅର୍ଜନ କରିଥିଲେ। ସଚିନଙ୍କ ନାମରେ ଏମିତି ବହୁତ ରେକର୍ଡ ରହିଛି, ଯାହା ଅନ୍ୟ ବ୍ୟାଟରଙ୍କ ପାଇଁ ଭାଙ୍ଗିବା ମୁସ୍କିଲ।