Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ 78 ତମ ସ୍ଵାଧୀନତା ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ୭୮ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ଜନତା ଓ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ସମୁଦାୟ ୩୪ଟି ପ୍ୟାରେଡ୍ ଦଳ ଏଥିରେ ଭାଗ ନେଇଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଅପରାହ୍ନରେ ଉଲୁଣ୍ଡା ଓ ବୀରମହାରାଜପୁର ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଉଲୁଣ୍ଡା ଦଳ ବିଜୟୀ ହୋଇଥିଲା।
ସେହିଭଳି ସୁବଳୟା ଠାରେ ସ୍ଥାନୀୟ ଯୁବ ଛାତ୍ର ସଂସଦ ପକ୍ଷରୁ ଅନୁଷ୍ଠିତ ମିଳିତ ପ୍ୟାରେଡ ଉତ୍ସବରେ ବୀରମହାରାଜପୁର ତହସିଲଦାର ପୁନମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଂସଦର ସଭାପତି ଭୋଳାନାଥ କର୍ମୀଙ୍କ ସହିତ ସୁବଳୟା ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଏହି ଅବସରରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ରମାକାନ୍ତ ପୁରୋହିତ ପରିଚାଳନା କରିଥିବାବେଳେ ଶେଷରେ ସଂପାଦକ ସଂଜୀବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ I ଗ୍ରାମ ପଂଚାୟତ ସ୍ତରୀୟ ସଂଘ ମିଶନ ଶକ୍ତି କାର୍ଯ୍ୟାଳୟ ରେ ମୀରା ବାରିକ ପତାକା ଉତ୍ତୋଳନ କରିଥିବା ଜଣା ଯାଇଛି l ବୀରମହାରାଜପୁର ବରିଷ୍ଟ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ସଂଗଠନର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସାମ୍ବାଦିକ ସଂଘର କାର୍ଯ୍ୟାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ସୌମିତ୍ରି ମେହେର 78 ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସେହିପରିଭାବେ ସମସ୍ତ ସ୍କୁଲ , କଲେଜ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପଞ୍ଚାୟତ କାର୍ଯ୍ୟାଳୟ ଆଦି ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଏହି ଦିବସ ପାଳିତ ହୋଇଯାଇଛି I