Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଞ୍ଚଗାଁ ପଞ୍ଚସଖା ୟୁପି ସ୍କୁଲରେ ଶିକ୍ଷକ ସମସ୍ୟା ୧୫୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମାତ୍ର ଜଣେ ଶିକ୍ଷକଙ୍କ ହାତରେ

ଝାରସୁଗୁଡା ୧୭/୮ (ଓଡ଼ିଶା ନ୍ୟୁଜ) ସାରା ଦେଶବାସୀ ୭୮ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ୧୫୦ ଜଣ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ମାତ୍ର ଜଣେ ଶିକ୍ଷକଙ୍କ ହାତରେ । ଏପରି ସମସ୍ୟା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ପଞ୍ଚଗାଁ ପଞ୍ଚସଖା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ।
ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ୧୯୯୭ ମସିହା ଜୁଲାଇ ୧ ତାରିଖ ଦିନ ପଞ୍ଚଗାଁ ଠାରେ ଗଢ଼ି ଉଠିଥିଲା ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପଞ୍ଚସଖା ନାମରେ ତାକୁ ନାମିତ କରା ଯାଇଥିଲା । ଉକ୍ତ ବିଦ୍ୟାଳୟରେ ପ୍ରଥମ କରି ଗଠିତ ହୋଇଥିବା ପରିଚାଳନା କମିଟିର ସଭାପତି ଭାବେ ବେଦପତି ପଧାନ, ସମ୍ପାଦକ ନକୁଳ ପଧାନ, କୋଷାଧ୍ୟକ୍ଷ ଜୀବର୍ଦ୍ଧନ ଭୋଇ, ରାମଚନ୍ଦ୍ର ମେହେର,ବିଜୟ ପୂଜାରୀ, ସ୍ୱର୍ଗତ ମନବୋଧ ମେହେର, ଜୀବର୍ଦ୍ଧନ ମେହେର, ଗଣେଶ ବାରିକ, କ୍ଷିତିଶ କୁମାର ଗୁହ, ପୁସ୍ତମ ଭୁଏ, ପ୍ରସନ୍ନ ପଧାନ,ଭକ୍ତରାମ ସାହୁ, ଅହଲ୍ୟା ପଧାନ, ଲିଲିରାଣୀ ଗୁହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇ ଆସୁଥିଲା । ବିଦ୍ୟାଳୟର ପ୍ରାରମ୍ଭ ବର୍ଷ ପ୍ରଥମ ପ୍ରଧାନ ଶିକ୍ଷକ ରାଜେଶ ବିଶି ଏବଂ ସହକାରୀ ଶିକ୍ଷକ ସୁଶୀଳ ମେହେର କେବଳ ଷଷ୍ଠ ଶ୍ରେଣୀର ୨୪ “ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ କରିଥିଲେ । କିନ୍ତୁ ୧୯୯୯ ଜୁନ ୨୬ ତାରିଖରେ ସରକାରଙ୍କ ଠାରୁ ସ୍କୁଲ ଖୋଲିବା ପାଇଁ ଅନୁମତି ମିଲିଥିବା ବେଳେ ୨୯ ଜୁଲାଇ ୨୦୦୦ ଶିକ୍ଷାବର୍ଷରେ ସ୍ୱୀକୃତି ପାଇଥିଲା ଏବଂ ୦୧ ଅଗଷ୍ଟ ୨୦୦୮ ଶିକ୍ଷାବର୍ଷରେ ବ୍ଲକ ଗ୍ରାଣ୍ଡ ଅନୁଦାନ (୬୦%) ପ୍ରାପ୍ତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଶତ ପ୍ରତିଶତ ବ୍ଲକ ଗ୍ରାଣ୍ଡ ଅନୁଦାନ ପାଇଥିବା ସତ୍ବେ ଦୀର୍ଘ ୩ ବର୍ଷ ଧରି ମାତ୍ର ଜଣେ ଶିକ୍ଷକ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ଆସୁଥିବା ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଉକ୍ତ ବିଦ୍ୟାଳୟରେ ଜଣେ ଶିକ୍ଷକ ଥାଇ ମଧ୍ୟ ଗୋଷ୍ଠୀ ଶିକ୍ଷକଙ୍କ ସହଯୋଗରେ ଉନ୍ନତ ମାନର ଶିକ୍ଷାଦାନ ହେଉଥିବା ଯୋଗୁଁ ଚଳିତ ଶିକ୍ଷାବର୍ଷ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୧୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପଞ୍ଚଗାଁ ପଞ୍ଚସଖା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୀବର୍ଦ୍ଧନ ଭୋଇ, ବେଦପତି ପଧାନ, ନକୁଳ ପଧାନ, ରାମଚନ୍ଦ୍ର ମେହେର,ବିଜୟ ପୂଜାରୀ, ଜୀବର୍ଦ୍ଧନ ମେହେର,ଗଣେଶ ବାରିକ, କ୍ଷିତିଶ କୁମାର ଗୁହ, ପୁସ୍ତମ ଭୁଏ, ପ୍ରସନ୍ନ ପଧାନ,ଭକ୍ତରାମ ସାହୁ ପ୍ରମୁଖ ଦାବି କରିଛନ୍ତି ।

More Stories