Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ଏହେସାସ ତାଇକଣ୍ଡୋ ଏକାଡେମି ର ବିଦେଶ ରେ ସଫଳତା ହାସଲ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଏହେସାସ ତାଇକଣ୍ଡୋ ଖେଳାଳୀଙ୍କୁ ଦେଶ ବାହାରେ ମିଳିଛି ସଫଳତା। ଗତ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ଆସୁମସନ ବିଶ୍ୱବିଦ୍ୟାଳୟ ବେଙ୍କକ ଷ୍ଟାଡିଅମରେ ୭ମ ହିରୋସ କପ ତାଇକଣ୍ଡୋ ଚମ୍ପିଆନସିପ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡଶା ତାଇକଣ୍ଡୋ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ତାଇକଣ୍ଡୋ କ୍ରୀଡାବିତ ଏହେସାସ ହୋତାଙ୍କ ନେତୃତ୍ୱରେ ଓଡିଶାର ୪ ଜଣ ଖେଳାଳୀ ଥାଇଲାଣ୍ଡ ଗସ୍ତ କରିଥିଲେ । ଅନୁଷ୍ଠିତ ପ୍ରତିଯୋଗିତାରେ ୩୦ ଗୋଟି ଦେଶର ୩୫ଶହ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ସବ-ଜୁନିଅର (ମହିଳା-କୌରଗୀ) ବର୍ଗରେ ତନୟା ଦାଶ ପଟ୍ଟନାୟକଙ୍କୁ ରୌପ୍ୟ ପଦକ , ଅନୁଷ୍କା ଦାଶଙ୍କୁ ରୋପ୍ୟ ପଦକ, ତାସା ନାୟକଙ୍କୁ କାଂସ୍ୟ ପଦକ ମିଳିଥିବାବେଳେ ସିନିଅର (ପୁରୁଷ) ବର୍ଗରେ ବିଶ୍ୱରଂଜନ ସାହୁଙ୍କୁ ମଧ୍ୟ ରୌପ୍ୟ ପଦକ ମିଳିଥିବା ଜଣାପଡିଛି। ଏହି ଟିମ ବିଦେଶ ମାଟିରୁ ମେଡାଲ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ପହଂଚିଲା ପରେ ବିଭିନ୍ନ ମହଲରେ ସେମାନଙ୍କୁ ସ୍ୱାଗତ କରାଯାଇଛି। ଖେଳାଳୀଙ୍କ ଏହି ସଫଳତା ପାଇଁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ଜିଲ୍ଲା କ୍ରୀଡା ଅଧିକାରୀ ଚିତରଂଜନ ମିଶ୍ର , ରାଜ୍ୟ ତାଇକଣ୍ଡୋ ସଂଘର ସଭାପତି ମନମୋହନ ଭଂଜ, ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା , ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶଦାତା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ