ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଢେଉ ମାରୁଛି ପେଜ ପାଣି


ପୁରୀ: ମହାପ୍ରଭୁଙ୍କ ଦର୍ଶନରେ ବାଧକ ସାଜିଛି ପେଜ ପାଣି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପେଜ ପାଣି ଭକ୍ତଙ୍କ ବାଟରେ ସାଜିଛି ପ୍ରତିବନ୍ଧକ । ଫଳରେ ସୁରୁଖୁରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିପାରୁନାହାନ୍ତି ଭକ୍ତ ।

ପେଜନଳାରୁ ନିର୍ଗତ ପାଣି ସିଂହଦ୍ଵାର ସମ୍ମୁଖରେ ଭାସୁଛି । ଫଳରେ ଭକ୍ତମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ଚାଲିଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ପେଜ ପାଣିକୁ ସଫା କରିବା ପାଇଁ ନାକେଦମ ହେଲେଣି ସଫେଇ କର୍ମଚାରୀ । ବଡକଥା ହେଉଛି ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନା ମନ୍ଦିର ପ୍ରଶାସନ କେହି ବି ଯତ୍ନବାନ ହୋଇନାହାନ୍ତି । ପେଜନଳା ଓ ଏମାରମଠ ଆଡୁ ଆସୁଥିବା ଏହି ପେଜପାଣି ଭକ୍ତ ଓ ସେବକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।