ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଲୁତୁରପଙ୍କ ପଂଚାୟତ ଅନ୍ତର୍ଗତ ପୁରୁଷୋତ୍ତମ ପାଲି ଗାଁରେ ଡାଇରିଆ ରେ ଆକ୍ରାନ୍ତ ହୋଇ ଜଣକ ର ମୃତ୍ୟୁ ହୋଇ ଯାଇଥିବା ବେଳେ ୮ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ସେହି ଗାଁର ୬୪ବର୍ଷୀୟ ଦେବରାଜ ବେହେରା l ଗତ ୧୩ତାରିଖ ରେ ଅତ୍ୟଧିକ ଝାଡା ବାନ୍ତି ହେବାରୁ ପ୍ରଥମେ ବିରମହାରାଜପୁର ପରେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଲୟ କୁ ନିଆ ଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି l ତେବେ ଶୁକ୍ରବାର ମୃତ ପରିବାରଙ୍କ ୪ଜଣ ସଦସ୍ୟ ଏବଂ ଗାଁ ର ଅନ୍ୟ ପରିବାର ର ୪ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅଛନ୍ତି l ଆକ୍ରାନ୍ତ ମଧ୍ୟରୁ ଦୁଇ ଜଣ ନାବାଳକ ହୋଇଥିବା ଜଣା ପଡିଛି l ଖବର ପାଇ ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା ଓ ଡାକ୍ତରି ଟିମ ଗାଁରେ ପହଁଚି ଗ୍ରାମବାସୀ ଙ୍କୁ ସଚେତନତା କରିବା ସହ ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି l ସେହିଭଳି ଅଙ୍ଗନ ବାଡ଼ି କର୍ମୀ , ସ୍ୱାସ୍ଥ୍ୟ କର୍ମୀ , ଆଶା କର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ସଚେତନତା କରାଉଛନ୍ତି l ୪ ଜଣ ଆକ୍ରାନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୨ ଜଣ ଆକ୍ରାନ୍ତ ମୁର୍ଷୁଣ୍ଢି ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଜଣ ଆକ୍ରାନ୍ତ ଗାଁରେ ରହି ଔଷଧ ସେବନ କରିବା ପରେ ସୁସ୍ଥ ଥିବା ଜଣାପଡ଼ିଛି । ସେପଟେ ପୁରୁଷୋତ୍ତମପାଲି ଗାଁରେ ଡାଇରିଆ ନିୟନ୍ତ୍ରାଧୀନ ଥିବା କହିଛନ୍ତି ମୁରଶୁଣ୍ଢୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଶିବାନନ୍ଦ ଚାଉଳିଆ ଓ ଆୟୁଷ ଡାକ୍ତର ନିରୁପମା ମହାପାତ୍ର I ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୃତକ ଙ୍କ ପରିବାର ବର୍ଗ ଙ୍କୁ ଆର୍ଥିକ ସହାୟତl ପ୍ରଦାନ କରିଛନ୍ତି l