Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡ଼ ଭାଙ୍ଗି ଯିବାରୁ ରୋଜଗାର ହରାଇଥିଲେ,ସ୍ୱାଧୀନତା ଦିବସରେ ସରପଞ୍ଚ ଯୋଗାଇ ଦେଲେ ଟ୍ରାଇ ସାଇକେଲ।

କଳାହାଣ୍ଡି:୧୭/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ବୁଦ୍ଧଦେବ ମାଝୀ । ପ୍ରାପ୍ତ ବୟସରେ ପନିପରିବା ଚାଷ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ବେଶ୍ ଆରାମରେ ଚଳି ଯାଉଥିଲେ । ହଠାତ୍ ଏକ ଦୁର୍ଘଟଣା ରେ ଗୋଡ଼ ଭାଙ୍ଗିବା ପରେ ଅସହାୟ ହୋଇ ପଡିଛନ୍ତି ।ଗୋଡ଼ ଭାଙ୍ଗିଯିବା ଫଳରେ ସେ ଚିକିତ୍ସା ଓ ଅର୍ଥାଭାବରୁ ଏବେ ଶଯ୍ୟାଶାୟୀ । ୮୦ ବର୍ଷୀୟ ବୃଦ୍ଧ ବୁଦ୍ଧଦେବଙ୍କ ଏଭଳି ଅବସ୍ଥା ଦେଖି ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ ବ୍ଲକ ପ୍ରଶାସନ ସହଯୋଗ କ୍ରମେ ସ୍ଵାଧୀନତା ଦିବସ ରେ ଯାତାୟାତ ରେ ସୁବିଧା ପାଇଁ ଏକ ଟ୍ରାଇ ସାଇକଲ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ସରପଞ୍ଚ ସବୁ ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ କିଛି ନା କିଛି ସେବାକାର୍ଯ୍ୟ ଦ୍ୱାରା ସଚେତନତା ବାର୍ତ୍ତା ବାଣ୍ଟିଥାନ୍ତି । ଅନ୍ୟପଟେ ଟ୍ରାଇ ସାଇକଲ ପାଇ ବୃଦ୍ଧ ବୁଦ୍ଧଦେବ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହି ଅବସର ରେ ସମିତି ସଭ୍ୟ ନର୍ତ୍ତକୀ ଦଣ୍ଡସେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ତଥା ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ