Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କଠୁ କପି ! ୨୫ରେ ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ବିଧାନସଭାକୁ ନିର୍ବାଚିତ ନବାଗତ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ପରେ ବିିରୋଧୀ ବିଜେଡି ମଧ୍ୟ ସମାନ ନୀତି ଆପଣେଇଛି । ନିଜର ନବନିର୍ବାଚିତ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ଦଳ। ଆଗାମୀ ୨୫ ତାରିଖରେ ଶଙ୍ଖ ଭବନରେ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର। ଏ ନେଇ ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ।

ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ନବାଗତଙ୍କୁ ବିଧାନସଭାର ନୀତି ନିୟମ ବାବଦରେ ପ୍ରଶିକ୍ଷଣ ଦେବେ। ଏଥିରେ ଯେଉଁମାନେ ନୂଆ ଭାବେ ବିଧାୟକ ହୋଇଛନ୍ତି ସେମାନଙ୍କୁ ଅଲଗା ଭାବେ ବିଜେଡି ନେତାମାନେ ପ୍ରଶିକ୍ଷଣ ଦେବେ। ଦିନକ ପାଇଁ ଏହି ଶିବିର ଆୟୋଜିତ ହେବ। ୨୫ ତାରିଖ ଦିନ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି ।

ଏହା ପୂର୍ବରୁ ରାଜ୍ୟ ସରକାର ନବ ନିର୍ବାଚିତ ବିଧାୟକମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅ।ୟୋଜିତ କରିଛନ୍ତି । ଏହା ବିଜେପିର କାର୍ଯ୍ୟକ୍ରମ କରି ବର୍ଜନ କରିଛି ବିଜେଡି । ଏହାକୁ ନେଇ ରାଜନୀତି ମଧ୍ୟ ଦେଖା ଦେଇଛି । ବିଜେଡି କହିଥିଲା ଏହା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ । କିନ୍ତୁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମନ୍ତ୍ରିତ କରିଥିଲା । ଆଉ ଏବେ ବିଜେଡି ନିଜର ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବ । ସୂଚନାଯୋଗ୍ୟ ବିଧାନସଭାରେ ବିଜେଡିର ସଦସ୍ୟ ହେଉଛନ୍ତି ୫୧ । ଏଥିରୁ ୩୮ ଜଣ ପୁରୁଣା ସଦସ୍ୟ ଥିବା ବେଳେ ମାତ୍ର ୧୩ ଜଣ ହେଉଛନ୍ତି ନବାଗତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ