Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବେଛାସେବୀ ଅନୁଷ୍ଠାନ ଆଜକା ପକ୍ଷରୁ ସ୍ୱତନ୍ତ୍ର ଗ୍ରାମସଭା

ଝାରସୁଗୁଡା ୧୮/୮ (ଓଡ଼ିଶା ନ୍ୟୁଜ) ପବିତ୍ର ସ୍ବାଧୀନତା ଦିବସ ଅବସରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କଣ୍ଡେଇକେଲା, ରେମତା, ଚାରପାଲି, ପିଥିଣ୍ଡା,କନକତୋରା ଏବଂ ବାଦୀମାଲ ପଞ୍ଚାୟତରେ ଆଞ୍ଚଳିକ ଜନ କଲ୍ୟାଣ ସ୍ବେଛାସେବୀ ଅନୁଷ୍ଠାନ (ଆଜକା) ପକ୍ଷରୁ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରା ଯାଇଥିଲା । ଉକ୍ତ ଗ୍ରାମସଭାରେ ଉପରୋକ୍ତ ପଞ୍ଚାୟତ ମାନଙ୍କରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏପିସି (ଏଗ୍ରିକଲଚର ପ୍ରଡକ୍ସସନ କ୍ଲଷ୍ଟର) ପ୍ରକଳ୍ପ ଉପରେ ବିଷଦ ଭାବେ ଆଲୋଚନା ହେବା ସହ ନୂତନ ଛେଳି ଗୁହାଳ,କୁକୁଡ଼ା ଘର ଓ ଜିଆ ଟାଙ୍କି ଆଦି ନିର୍ମାଣ ନିମନ୍ତେ ଆବେଦନ କରିଥିବା ହିତାଧିକାରୀଙ୍କ ତାଲିକା ସଭାରେ ଉପସ୍ଥାପନ କରାଯାଇ ସର୍ବ ସମ୍ମତି କ୍ରମେ ପାରିତ କରା ଯାଇଥିଲା । କଣ୍ଡେଇକେଲା, ରେମତା, ଚାରପାଲି, ପିଥିଣ୍ଡା, କନକତୋରା ଏବଂ ବାଦୀମାଲ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ଗ୍ରାମସଭାରେ ଏପିସି ପ୍ରକଳ୍ପ ପ୍ରୋଗ୍ରାମ ମ୍ୟାନେଜର ଭକ୍ତ ଠାକୁର,ବୈଷୟିକ କର୍ମୀ ପୁଷ୍ପିତା ବେହେରା,ପ୍ରକ୍ୱଳ୍ପ ସଂଯୋଜକ ଚୈତନ୍ୟ ଗୌଡ଼,ସନ୍ଧ୍ୟା ଭୋଇ,କ୍ଷେତ୍ରକର୍ମୀ ସଚି ଖମାରୀ, ପଦ୍ମିନୀ ଦେହେରି,ରବିନ୍ଦ୍ର ପାତ୍ର ଏବଂ ଉତ୍ପାଦକ ଗୋଷ୍ଠୀର ସମସ୍ତ ମହିଳା ସଦସ୍ୟା ତଥା ଜନ ସାଧାରଣ ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ