Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁମେରଢ଼ୀପା ଓ ଲଛିପାଲି ଗ୍ରାମରେ ଝୁଲଣ ଯାତ୍ରା

ଝାରସୁଗୁଡା ୧୮/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ଗ୍ରାମପଞ୍ଚାୟତ ସ୍ଥିତ ଡୁମେରଢ଼ୀପା ଓ ଜାମଗାଁ ପଞ୍ଚାୟତ ଅନ୍ତର୍ଗତ ଲଛିପାଲି ଗାଁରେ ଆନନ୍ଦ ଉଲ୍ଲାସର ସହିତ ପାରମ୍ପରିକ ରୀତିରେ ଝୁଲଣ ଯାତ୍ରା ଉତ୍ସବ ପାଳିତ ହୋଇ ଯାଇଛି ।
ଡୁମେରଢ଼ିପା ଗାଁର ଝୁଲଣ ଯାତ୍ରାରେ ସୁରେଶ ବାରିକ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିବା ବେଳେ ପୁଜକ ଡାଲିମ୍ବ ଦାସ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ଦୋଳ ମଣ୍ଡପରେ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମୂର୍ତ୍ତିକୁ ବିଧି ଅନୁସାରେ ପୂଜାର୍ଚ୍ଚନା କରା ଯିବା ପରେ ଏକ ପାଲିଙ୍କିରେ ବସାଇ ଗାଁର ରାଧା ମାଧବ ସଂକୀର୍ତ୍ତନ ମଣ୍ଡଳୀ କଳାକାର ମାନେ ଖୋଲ କରତାଳ ବାଦ୍ୟ ବଜାଇ ଗାଁ ପରିକ୍ରମା ପରେ ପୂଜା ମଣ୍ଡପରେ ସୁସଜ୍ଜିତ ଦୋଳଣ ଦୋଳିରେ ଯୁଗଳ ମୂର୍ତ୍ତିଙ୍କୁ ଆରୋହଣ କରା ଯାଇଥିଲା । ଏହି ଅବସରରେ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଲେଥେର ଗ୍ରାମର ଜୟ ଜଗନ୍ନାଥ ସମ୍ପ୍ରଦା ମଣ୍ଡଳୀ ଏବଂଲଖନପୁର ବ୍ଲକ ବାଦୀମାଳ ପଞ୍ଚାୟତ ବଡ଼ଧରା ଗ୍ରାମର ଜୟ ବଜରଙ୍ଗ ବଳୀ ସଂପ୍ରଦା ମଣ୍ଡଳୀର ସୁନାମଧନ୍ୟ କଳାକାର ବୃନ୍ଦ ସମ୍ପ୍ରଦା ପରିବେଷଣ କରିଥିଲେ । ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ଆଖପାଖ ଗାଁ ମାନଙ୍କରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଡୁମେରଢ଼ୀପା ଗ୍ରାମବାସୀଙ୍କ ମଧ୍ୟରେ ନକୁଳ ପଧାନ,ରାମଚନ୍ଦ୍ର ମେହେର,ପ୍ରମୋଦ ପଧାନ, ଭୋଗିଲାଲ ମେହେର, ଭାବଗ୍ରାହୀ ପଧାନ, ବାବୁଲାଲ ପଧାନ, ଅର୍ଜ୍ଜୁନ ଭୋଇ, ଦୁକାଳୁ ପୂଜାରୀ, ପବିତ୍ର ମେହେର, ସରୋଜ ସାହୁ,ପ୍ରକାଶ ମେହେର,ସତ୍ୟବାଦୀ ମେହେରଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
ସେହିପରି ଜାମଗାଁ ପଞ୍ଚାୟତ ଲଛିପାଲି ଗ୍ରାମରେ ଅନୁଷ୍ଠିତ ଝୁଲଣ ଯାତ୍ରାରେ ଗୌନ୍ତିଆ ମିଠାଲାଲ ସାହୁ କର୍ତ୍ତା ଭାବେ ଦାୟିତ୍ୱ ସମ୍ପାଦନା କରିଥିବା ବେଳେ ପଣ୍ଡିତ ଅଶୋକ ପଣ୍ଡା ପୂଜାର୍ଚ୍ଚନା ଆଦି କାର୍ଯ୍ୟ ନିର୍ବାହ କରିଥିଲେ । ଏହି ଉତ୍ସବରେ କନକ ତୋରା ପଞ୍ଚାୟତ ଝାରଗାଁ ସଂପ୍ରଦା ମଣ୍ଡଳୀ ଏବଂ ସମରବଗା ପଞ୍ଚାୟତ ଛୁଇଖାଞ୍ଚ ଗାଁର କୃଷ୍ଣଗୁରୁ ଦଳ ଆସି ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ ।ଲଛିପାଲି ଗ୍ରାମବାସୀଙ୍କ ମଧ୍ୟରେ ନରେନ୍ଦ୍ର ତିହିରିଆ, ପ୍ରଦୀପ ପଧାନ,ଫକୀର ପଧାନ,ଜୌତିରଞ୍ଜନ ବାଙ୍କ,ଉପେନ୍ଦ୍ର ସା, ବିନୋଦ ପଧାନ,ଫଡ଼ିନ୍ଦ୍ର ପଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।